ନୂଆଦିଲ୍ଲୀ- କରୋନା ମହାମାରୀ ପରଠାରୁ ଚୀନ ସହ ଆମେରିକାର ସଂପର୍କ ତିକ୍ତ ହେବାରେ ଲାଗିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୪ ଘଂଟା ମଧ୍ୟରେ ଚାଇନା ଟିକ୍ ଟକ୍ ଉପରେ ପ୍ରତିବନ୍ଧକ ଲଗାଇବକୁ ନିଷ୍ପତି ନେଇଛନ୍ତି । ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଟିକ୍ ଟକ୍ ବ୍ୟାନ କରିବାକୁ ଆମ ପ୍ରଶାସନ ମୂଲ୍ୟାଙ୍କନ କରୁଛି । ଏହି ଲୋକପ୍ରିୟ ଚାଇନା ଆପର ଚାହିଦା ଅଧିକ ରହିଛି । ତେଣୁ ଏହାକୁ ନିଷେଧ କରିବା ସହିତ ଆମ ପାଖେ ଅନ୍ୟାନ୍ୟ ବିକଳ୍ପ ବାଟ ମଧ୍ୟ ରହିଛି । ଟ୍ରମ୍ପ ଏବେ ଟିକ୍ ଟକ୍ ବ୍ୟାନ ଓ ଏହାକୁ କିଣିବା ପାଇଁ ଆଲୋଚନା କରିଛନ୍ତି । ଯଦି ଆମେରିକାରେ ବ୍ୟାନ ନକରାଯାଏ ତେବେ ଏହାକୁ ମାଇକ୍ରୋସଫ୍ଟ କମ୍ପାନୀ କିଣିବ ବୋଲି ଟ୍ରମ୍ପ ପ୍ରଶାସନ କହିଛନ୍ତି ।