ନ୍ୟୁୟର୍କ- ଭାରତୀୟ ବିଂଶାଦ୍ଭନ ଆଇନଜୀବୀ ସୁଏ ଘୋଷ ଷ୍ଟ୍ରିକଲେଟଙ୍କୁ ଏସିଆ ୟୁଏସିଏଆଇଡିର ସହଯୋଗୀ ପ୍ରଶାସନିକ ଅଧିକାରୀ ଭାବେ ମନୋନୀତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସିନେଟରେ ପ୍ରସ୍ତାବ ପାରିତ ହେବାପରେ ସୁଏ ଘୋଷ ଏହି ଦାୟିତ୍ୱ ନେବେ । ସୁଏ ଘୋଷ ଟ୍ରମ୍ପଙ୍କ ଜଣାଶୁଣା । ଟ୍ରମ୍ପ ନେତୃତ୍ୱ ନେଇଥିବା ରାଜନୀତିକ ଦଳ ରିପବ୍ଳିକଆନ ପାର୍ଟି ପାଇଁ ସୁଏ ଘୋଷ ଦୀର୍ଘ ବର୍ଷ ହେବ କାମ କରୁଥିଲେ । ହ୍ୱାଇଟ ହାଉସ କହିଛି ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ବେଳେ ସୁଏ ଘୋଷ ଏସିଆର ପରାମର୍ଶଦାତା ଥିଲେ । ୨୦୧୬ରେ ମାର୍ୟାଲ୍ୟାଣ୍ଡ ରାଜ୍ୟ ନିର୍ବାଚନ ବେଳେ ଟ୍ରମ୍ପଙ୍କ ପ୍ରଚାର ଦାୟିତ୍ୱରେ ଥିଲେ । ଏଥିସହ ରିପବ୍ଳିକିଆନ ପାର୍ଟିର ଟ୍ରମ୍ପଙ୍କ ପୂର୍ବ ଦୁଇ ପ୍ରାର୍ଥୀଙ୍କ ପ୍ରଚାର ଦାୟିତ୍ୱ ଥିଲେ । ଏତଦ ବ୍ୟତିତ ସେ ଆମେରିକାନ ହିନ୍ଦୁ ସଂଘର ସଦସ୍ୟ ଥିଲେ । ଆମେରିକାରେ ହିନ୍ଦୁ ଧର୍ମକୁ ଆଗକୁ ନେବାରେ ତାଙ୍କର ଭୂମିକା ରହିଛି । ଭାରତ ଓ ଟ୍ରମ୍ପ ସରକାର ସମ୍ପର୍କ ବାବଦରେ ବହି ସହିତ ଅନେକ ସ୍ତମ୍ଭ ଲେଖିଛନ୍ତି । ଦୀର୍ଘ ୨୫ ବର୍ଷ ଧରି ଆଇନଜୀବୀ ଭାବରେ ସୁଏ ଘୋଷଙ୍କ ଅଭିଜ୍ଞତା ଥିବା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।