ବେଜିଂ : ଚୀନ୍କୁ ଫେରିଲା କରୋନା। ଏହାର ମୁକାବିଲା ପାଇଁ ବେଜିଂ ଜିଲାରେ ଯୁଦ୍ଧକାଳୀନ ଜରୁରୀ ପରିସ୍ଥିତି ଜାରି କରାଯାଇଛି। ସ୍ଥାନୀୟ ସିନ୍ଫାଦି ହୋଲ୍ସେଲ୍ ବଜାର ଓ ଜିଙ୍ଗ୍ସେନ୍ ସାମୁଦ୍ରିକ ଖାଦ୍ୟ ବଜାରକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ସମସ୍ତ ଖେଳ, ପର୍ଯ୍ୟଟନ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବାତିଲ କରାଯିବା ସହ ସମ୍ପୂର୍ଣ୍ଣ ତାଲାବନ୍ଦ କାର୍ଯ୍ୟକାରୀ ହୋଇଛି। ହୋଲ୍ସେଲ୍ ମାର୍କେଟ ଅଞ୍ଚଳରେ ୫୧୭ଜଣଙ୍କ ସ୍ବାବ୍ ପରୀକ୍ଷା କରାଯାଇଥିବାବେଳେ ଶନିବାର ସେମାନଙ୍କ ମଧ୍ୟରୁ ୪୫ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଛି।