କୋଭିଡ୍-୧୯ର ଆଉ ତିନି ନୂଆ ଲକ୍ଷଣ

ନୂଆଦିଲ୍ଲୀ: ) କୋଭିଡ୍-୧୯ର ଆଉ ତିନୋଟି ନୂଆ ଲକ୍ଷଣ ସାମିଲ କରିଛି ଯୁକ୍ତରାଷ୍ଟ୍ର ଆମେରିକାର ଶୀର୍ଷ ସ୍ବାସ୍ଥ୍ୟ ସଂସ୍ଥାନ ‘ଦ ସେଣ୍ଟର୍‌ ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ୍ ପ୍ରିଭେନ୍‌ସନ୍’ (ସିଡିସି)।

ଏହି ନୂତନ ଲକ୍ଷଣ ହେଉଛି ନାସିକା ରୁନ୍ଧି ହେବା ବା ସିଙ୍ଘାଣି ବୋହିବା, ବାନ୍ତି ବାନ୍ତି ଲାଗିବା ଏବଂ ତରଳ ଝାଡ଼ା ହେବା। ଏଯାବତ୍ ‘ସିଡିସି’ ଏହି ମହାମାରୀ ଭୂତାଣୁ ସଂକ୍ରମଣର ୧୨ଟି ଲକ୍ଷଣ ଥିଲା।

ଏହା ପୂର୍ବରୁ ‘ସିଡିସି’ ଜ୍ବର, ଥଣ୍ଡା, କାଶ, ଅଣନିଃଶ୍ବାସୀ, ଅବସନ୍ନତା, ଦେହହାତ ଓ ମାଂଶପେଶୀ ଘୋଳାବିନ୍ଧା, ମୁଣ୍ଡବିନ୍ଧା, ସ୍ବାଦ ବାରିବା ଏବଂ ଘ୍ରାଣ ଶକ୍ତି ନଷ୍ଟ ହେବା, ତଣ୍ଟି ଦରଜ ଆଦିକୁ କୋଭିଡ୍-୧୯ ଲକ୍ଷଣ ଭାବେ ତାଲିକାଭୁକ୍ତ କରିଥିଲା।  ପ୍ରାରମ୍ଭରୁ କୋଭିଡ୍-୧୯ର ମାତ୍ର ତିନୋଟି ଲକ୍ଷଣ ଜଣା ଥିଲା। ତାହା ହେଉଛି ଜ୍ବର, କାଶ ଏବଂ ଅଣନିଃଶ୍ବାସୀ ଲାଗିବା। ଏପ୍ରିଲ୍ ମାସରେ ‘ସିଡିସି’ ଆଉ ଛଅଟି ନୂଆ ଲକ୍ଷଣ ଯୋଗ କରିଥିଲା।

Leave A Reply

Your email address will not be published.

seventeen − 8 =