ପଡେ଼ାଶୀଙ୍କୁ ଦାଦାଗିରି ଦେଖାଉଛି ଚୀନ୍

ନୂଆଦିଲ୍ଲୀ: ଚୀନ୍ ପଡ଼ୋଶୀ ରାଷ୍ଟ୍ର ପ୍ରତି ଗୁଣ୍ଡାମି ମନୋଭାବ ପୋଷଣ କରୁଥିବା କହିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍‌ ପମ୍ପିଓ। ଚୀନ୍ ପଡ଼ୋଶୀ ରାଷ୍ଟ୍ରକୁ ବିଭ୍ରାନ୍ତିକର ତଥ୍ୟ ପ୍ରସାର କରିବା ସହ କ୍ଷତିକାରକ ସାଇବର ଅଭିଯାନ ଚଳାଉଛି।

ଡେନ୍‌ମାର୍କର କୋପେନ୍‌ହାଗେନ୍‌ ଠାରେ ଗଣତନ୍ତ୍ର ବିଷୟରେ ଅନ୍‌ଲାଇନ୍‌ କନ୍‌ଫରେନ୍‌ସ୍ ସମୟରେ ପମ୍ପିଓ ଏ ଭଳି ମନ୍ତବ୍ୟ ଦେଇଛନ୍ତି। ବିଶ୍ବର ସବୁଠୁ ଜନବହୁଳ ଗଣତନ୍ତ୍ର ଭାରତ ସହ ପୁପୁଲ୍‌ସ୍ ଲିବରେସନ୍ ଆର୍ମି ସୀମାନ୍ତ ଉତ୍ତେଜନା ବୃଦ୍ଧି କରାଇଛି। ଦକ୍ଷିଣ ଚୀନ୍ ସାଗରକୁ ସାମରିକ ଆଡ୍ଡା କରି ବେଆଇନ୍ ଭାବେ ଅଧିକ ଅଞ୍ଚଳ ଦାବି କରୁଛି ଓ ଗୁରୁତ୍ବପୂର୍ଣ୍ଣ ସମୁଦ୍ର ପଥ ପ୍ରତି ବିପଦ୍ ସୃଷ୍ଟି କରୁଛି।

ହଙ୍ଗ୍‌କଙ୍ଗ୍‌ରେ ସ୍ବାଧୀନତାର ଅବସାନ ପାଇଁ ଚୀନ୍‌ର କମ୍ୟୁନିଷ୍ଟ୍ ପାର୍ଟି ଆଦେଶନାମା ଜାରି କରିଛି। ଏହା ହେଉଛି ଜାତିସଂଘରେ ପଞ୍ଜିକୃତି ଚୁକ୍ତି ଓ ହଙ୍ଗ୍‌କଙ୍ଗ୍‌ ନାଗରିକମାନଙ୍କର ଅଧିକାର ଉଲ୍ଲଂଘନ। ଚୀନ୍‌ ସରକାର ଉଲ୍ଲଂଘନ କରିଥିବା ଅନେକ ଆନ୍ତର୍ଜାତିକ ରାଜିନାମାରୁ ଏ ହେଉଛି ‌ମାତ୍ର ଗୋଟିଏ।

Leave A Reply

Your email address will not be published.

18 − twelve =