ତିନି ଜଣରେ ଜଣେ ପାଇଲଟଙ୍କ ଲାଇସେନ୍ସ ଜାଲ

ଇସ୍ଲାମାବାଦ : ପାକିସ୍ତାନର ଯାତ୍ରୀବାହୀ ବିମାନ ଉଡାଉଥିବା ୩୦ ପ୍ରତିଶତ ପାଇଲଟଙ୍କ ଲାଇସେନ୍ସ ଜାଲ । ଆବଶ୍ୟକ ତାଲିମ୍ ନ ନେଇ ଲାଂଚ ଦେଇ ଲାଇସେନ୍ସ ପାଇଥିବା ଜଣାପଡ଼ିଛି । ନ୍ୟାସନାଲ ଆସେମ୍ବ୍ଲି ରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଗୁଲାମ ସରୱାର ଖାଁ କରାଚୀଠାରେ ହୋଇଥିବା ଯାତ୍ରୀବାହୀ ବିମାନ ଦୁର୍ଘଟଣାର ତଦନ୍ତ ରିପୋର୍ଟ ଉପସ୍ଥାପନ ପରିପ୍ରେକ୍ଷୀରେ ଏହା ବ୍ୟକ୍ତ କରିଛନ୍ତି । ପାକିସ୍ତାନର ଘରୋଇ ରୁଟ୍ ରେ ବିମାନ ଉଡ଼ାଉଥିବା ୮୫୦ ପାଇଲଟଙ୍କ ମଧ୍ୟରୁ ୨୬୦ ଙ୍କ ଲାଇସେନ୍ସ ଜାଲ । ତେବେ ସେମାନଙ୍କ ଲାଇସେନ୍ସ ରଦ୍ଧ କରିବାକୁ ସରକାରନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.

sixteen + 1 =