ପୃଥିବୀ ମୁହାଁ ଚୀନ୍‌ର ଜଳନ୍ତା ରକେଟ୍‌

ଓ୍ବାଶିଂଟନ୍‌: ସାରା ବିଶ୍ବକୁ କରୋନା ମହାମାରୀ ପହଞ୍ଚାଇଥିବା ଚୀନ୍‌ ଏବେ ପୁଣି ଏକ ଶକ୍ତ ଧକ୍କା ଦେବାକୁ ଯାଉଛି । ଚୀନ୍‌ ଦ୍ବାରା ମହାକାଶକୁ ପଠାଇଥିବା ରକେଟ୍‌ ମାର୍ଚ୍ଚ-5ବି ଏବେ ନୟନ୍ତ୍ରଣ ହରାଇ ତୀବ୍ର ବେଗରେ ପୃଥିବୀ ମୁହାଁ ହୋଇଛି । ଏହି ଜଳନ୍ତା ରକେଟ୍‌ ଶନିବାର ପୃଥିବୀକୁ ଧକ୍କା ଦେବ ବୋଲି ଅନୁମାନ କରାଯାଉଛି । 30 ମିଟର ଲମ୍ବ ଓ ପ୍ରାୟ 21 ଟନ୍‌ ଓଜନ ବିଶିଷ୍ଟ ଏହି ରକେଟର ଅଂଶବିଶେଷ ଆମେରିକାର ନ୍ୟୁୟର୍କ ଓ ସ୍ପେନ୍‌ର ମାଦ୍ରିଦ୍‌ ଓ ଚୀନ୍‌ର ବେଜିଂ ସହରରେ ପଡ଼ିବାର ଆଶଙ୍କା ରହିଛି ।ଆମେରିକା ସରକାରଙ୍କ ପକ୍ଷରୁ ଏନେଇ ସତର୍କ ସୂଚନା ଜାରି ହୋଇଛି । ତେମେ ମହାକାଶରେ ବେଲ୍‌ଗ୍ରାମ ହୋଇ ଏହା ପୃଥିବୀମୁହାଁ ହୋଇଥିବା ଏହି ଜଳନ୍ତା ରକେଟ୍‌ର ଭଗ୍ନାବିଶେଷ ଅନ୍ୟ ସହରରେ ମଧ୍ୟ ପଡ଼ିପାରେ ବୋଲି ଅନୁମାନ କରାଯାଉଛି । ଏହା ସେକେଣ୍ଡ ପ୍ରତି 4 ମାଇଲ୍‌ ବେଗରେ ପୃଥିବୀ ଆଡ଼କୁ ମାଡ଼ିଆସୁଛି । ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରବକ୍ତା ମାଇକ୍‌ ହୋଓ୍ବାର୍ଡ କହିଛନ୍ତି ଯେ ଚୀନ୍‌ର ଏହି ରକେଟ୍‌ ମେ‘ 8 ତାରିଖରେ ପୃଥିବୀରେ ଖସିବ । ଏହାକୁ 2021-035-ବି ଭାବେ ନାମିତ କରାଯାଇଛି ।

Leave A Reply

Your email address will not be published.

3 × two =