ଚୀନ ବିରୋଧରେ ଏକଜୁଟ ହେଉଛି ବିଶ୍ବ

 ଅନେକ ରାଷ୍ଟ୍ର କରୋନା ମହାମାରୀ ପାଇଁ ଚୀନକୁ ଦାୟୀ କରିବା ସହ କ୍ଷତିପୂରଣ ଦାବି କରିବାର ଯୋଜନା କରିଛନ୍ତି। ବ୍ରିଟେନ ଓ ଜର୍ମାନୀ ମଧ୍ୟ ଚୀନର ଏପରି କାର୍ଯ୍ୟ ଉପରେ ପରୋକ୍ଷ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଚୀନର ପ୍ରମୁଖ ବହୁ ରାଷ୍ଟ୍ରୀୟ ଟେକ୍ନୋଲୋଜି କମ୍ପାନୀ ହୁଏଇକୁ କାର୍ଯ୍ୟ ଅନୁମତି ଦେବା ଉପରେ ଏହି ଦୁଇ ରାଷ୍ଟ୍ର ପୁନର୍ବିଚାର କରୁଛନ୍ତି। ଅନେକ ବହୁରାଷ୍ଟ୍ରୀୟ କମ୍ପାନୀ ଏବେ ଚୀନରେ ପୁଞ୍ଜୀନିବେଶ ନେଇ ଅନାଗ୍ରହ ପ୍ରକାଶ କରୁଥିବା ମଧ୍ୟ ଜଣାଯାଇଛି। ବିଶ୍ବର ଅନେକ ରାଷ୍ଟ୍ରର ଅଭିଯୋଗ ଯେ ଚୀନ କରୋନା ମହାମାରୀର ତଥ୍ୟକୁ ଲୁଚାଇବା ସହିତ ଏ ବାବଦରେ ଅବଗତ କରାଇ ନଥିଲା। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ମଧ୍ୟ ଚୀନର ପକ୍ଷ ନେଇ ବିଶ୍ବବାସୀ ଯଥା ସମୟରେ କରୋନା ସମ୍ପର୍କରେ ଅବଗତ କରାଇ ନଥିବା ଅଭିଯୋଗ ହୋଇଛି। ଚୀନର ଏପରି କାର୍ଯ୍ୟ ପଛରେ ହୀନ ଉଦେଶ୍ୟ ରହିଥିବା କୁହାଯାଇଛି। ବିଶ୍ବ ଅର୍ଥନୀତିରେ ନିଜକୁ ଅଗ୍ରଣୀ କରିବା ଓ ଆମେରିକାକୁ ପଛରେ ପକାଇ ବିଶ୍ବ ରାଜନୀତିରେ ନେତୃତ୍ବ ନେବା ଭଳି ଚୀନର ହୀନ ଉଦେଶ୍ୟ ଲୁଚି ରହିଛି ।

Leave A Reply

Your email address will not be published.

15 − nine =