ଶୀତଦିନେ ଅଁଳାକୁ ସୁପରଫୁଡ ବୋଲି କୁହାଯାଇଥାଏ । ଅଁଳା ଖାଇଲେ ହାର୍ଟ, ବ୍ଲଡ୍ ପ୍ରେସର, ଡାଇବେଟିସ୍ ଓ ଶ୍ୱାସ ସମ୍ବନ୍ଧୀୟ ରୋଗ ନିୟନ୍ତ୍ରଣ ହୋଇଥାଏ । ଏଥିରେ ଥିବା ଆଂଟ-ଇନଫ୍ଲାମେଂଟାରୀ ଓ ଆଂଟି -ଅକ୍ସିଡାଂଟ ଗୁଣ ଇମୁ୍ୟନିଟି ପାୱାରକୁ ବଢ଼ାଇବା ସହ ଆପଣଙ୍କ ଫୁସ୍ଫୁସ୍କୁ ସୁସ୍ଥ ରଖି ବାୟୁ ପ୍ରଦୂଷଣ ରକ୍ଷା କରିଥାଏ । ଏଥିପାଇଁ ଅଁଳାକୁ ଆଚାର, କ୍ୟାଣ୍ଡି ଓ ଜୁସ୍ ଆକାରରେ ପିଇବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଥାନ୍ତି । ତା ହେଲେ ଆସନ୍ତୁ ଜାଣିବା ଶୀତଦିନେ କେତେ ମାତ୍ରାରେ ଖାଇବା ଉଚିତ ଏବଂ ଏହାକୁ ଖାଇଲେ ଶରୀରକୁ କେଉଁସବୁ ଫାଇଦା ମିଳିଥାଏ ।
. ତେବେ ପ୍ରତିଦିନ ସକାଳୁ ଖାଲି ପେଟରେ ଅଁଳା ଖାଇଲେ ସ୍ୱାସ୍ଥ୍ୟକୁ ଲାଭ ମିଳିଥାଏ । ଆପଣ ଚାହିଁଲେ ସକାଳେ ଦୁଇଟି ଅଁଳା ଖାଇପାରିବେ । କିନ୍ତୁ ମନେ ରଖନ୍ତୁ ଦିନକୁ ଦୁଇଟି ଅଁଳା ଖାଇପାରିବେ । କିନ୍ତୁ ମନେ ରଖନ୍ତୁ ଦିନକୁ ଦୁଇଟି ଅଁଳାରୁ ଅଧିକ ଖାଆନ୍ତୁ ନାହିଁ । କାରଣ ଅଁଳାରେ ପ୍ରଚୁର ମାତ୍ରାରେ ଭିଟାମିନ ସି ଥିବାରୁ ଏହା କୋÂକାଠିନ୍ୟ ସମସ୍ୟା ସୃଷ୍ଟି କରିଥାଏ । ଏହା ସହ ଅଁଳା ଖାଇଲେ ସଠିକ୍ ମାତ୍ରାରେ ନାଣି ପିଅନ୍ତୁ ।
. ଅଁଳାରେ ଥିବା ଆଂଟି-କ୍ୟାନସର ଓ ଆଂଟି-ଅକ୍ସିଡାଂଟ ଶରୀରକୁ କ୍ୟାନସର ସେଲ୍କୁ ନିୟନ୍ତ୍ରଣ କରିଥାଏ । ଆହୁରି ମଧ୍ୟ ଅଁଳା କୋଲେଷ୍ଟ୍ରଲକୁ କମ୍ କରୁଥିବାରୁ ହାର୍ଟ ଆର୍ଟାକର ଆଶଙ୍କା କମ୍ ରହିଥାଏ ।
. ଅଁଳାରେ ଥିବା ଭିଟାମିନ ଏ ତ୍ୱଚାକୁ କୋମଳ ରଖିବା ସହ ତ୍ୱଚାରେ ସୌଦର୍ଯ୍ୟ ବଢ଼ାଇଥାଏ । ସେହିପରି ଅଁଳାକୁ ଖାଲି ପେଟରେ ଖାଇଲେ ଶରୀରରେ କୋଲୋଜୋନର ବୃଦ୍ଧି କମ୍ ହୋଇଥାଏ । କୋଲୋଜୋନ୍ ଆମ ଶରୀରରେ ତ୍ୱଚାକୁ ସୁନ୍ଦର ରଖିବାର କାର୍ଯ୍ୟ କରିଥାଏ । କିନ୍ତୁ ଗର୍ଭବତୀ ଓ ସ୍ତନପାନ କରାଉଥିବା ମହିଳା ଅଁଳା ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
. ଅଁଳା ମସ୍ତିଷ୍କ ଓ ଶରୀରକୁ ଆରାମ ଦେବା ପାଇଁ ସାହାର୍ଯ୍ୟ କରିଥାଏ । ଏଥିପାଇଁ ଅଁଳା ପାଉଡରକୁ ମହୁ ସହ ମିଶାଇ ଖାଆନ୍ତୁୂ ।