କର୍ଣ୍ଣାଟକ ଓ ଝାଡଖଣ୍ଡରେ ମୃଦୁ ଭୂ-କମ୍ପ

ନୂଆଦିଲ୍ଲୀ- କର୍ଣ୍ଣାଟକର ହାମ୍ପି ଓ ଝାଡଖଣ୍ଡର ଜାମସେଦପୁର ଇଲାକାରେ ଶୁକ୍ରବାର ସକାଳେ ମୃଦୁ ଭୂକମ୍ପ ଝଡକା ଅନୁଭୂତ ହୋଇଛି । ହାମ୍ପିରେ ଭୂକମ୍ପ ତୀବ୍ରତା ରିଚର ସ୍କେଲରେ ୪.୭ ଓ ଜାମସେଦପୁରରେ ୪.୦ ଥିବା ଜଣାପଡିଛି । ଭୂ-କମ୍ପରେ ବିଶେଷ କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି ।

ହଂସପାଳ ଫ୍ଲାଏଓଭର କାମ ଖୁବ୍ ଶିଘ୍ର!

ଭୁବନେଶ୍ୱର,୪ ।୬(ନି.ପ୍ର.): ହଂସପାଳ ଛକରେ ଖୁବ୍ଶୀଘ୍ର ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ଫ୍ଲାଏଓଭର କାମ । ସମ୍ଭବତଃ ଚଳିତ ସପ୍ତାହରେ କାମ ଆରମ୍ଭ ହୋଇପାରେ ଓ ଏ ନେଇ ପ୍ରସ୍ତୁତି ଆରମ୍ଭ କରିଦେଲାଣି ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଆଇ) । ଟେଣ୍ଡରଧାରୀ ଠିକା ସଂସ୍ଥାକୁ ମଧ୍ୟ କାମ ଆରମ୍ଭ

କଂଗ୍ରସରେ ଯୋଗ ଦେଲେ ପୂର୍ବତନ ବିଧାୟକ ବିପିନ ଦାଶ

ଭୁବନେଶ୍ୱର,୪ ।୬(ନି.ପ୍ର.): ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ବିପିନ୍ ଦାଶ କଂଗ୍ରେସରେ ଯୋଗ ଦେଇଛନ୍ତି । ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଉପସ୍ଥିତିରେ ପୂର୍ବତନ ବିଧାୟକ ଶ୍ରୀ ଦାଶ ଯୋଗ ଦେଇଥିଲେ । ଏହି ଅବସରରେ ଶ୍ରୀ ପଟ୍ଟନାୟକ

ଆନ୍ଧ୍ରରୁ ଫେରିଥିବା ପୋଲିସ ଟିମ୍ ସ୍ୱାସ୍ଥ୍ୟ କେନ୍ଦ୍ରରେ

ବାଲିକୁଦା,୪ ।୬(ନି.ପ୍ର.): ନାବାଳିକାକୁ ଉଦ୍ଧାର କରିାବକୁ ଆନ୍ଧ୍ର ପ୍ରଦେଶ ଯାଇଥିବା ବାଲିକୁଦା ଥାନାର ଏକ ଟିମ ଏବେ ଟିଏମସି (ଅସ୍ଥାୟି ସ୍ୱାସ୍ଥ୍ୟ କେନ୍ଦ୍ର)ରେ । ଉକ୍ତ ଟିମ ଗତ ୩୧ ତାରିଖରେ ଏହି ନାବାଳୀକାକୁ ଉଦ୍ଧାର କରିବା ପାଇଁ ବାଲିକୁଦାରୁ ବାହାରିଥିବା ବେଳେ ସେଠାରେ ଗତ ୧ ତାରିଖରେ

୧୦୧ ଜଣଙ୍କର ସ୍ୱାବ ପରୀକ୍ଷା

ବାଲିକୁଦା,୪ ।୦୬(ନି.ପ୍ର.): ବାଲିକୁଦା କଲେଜ ପରିସରରେ ଆଜି ମୋଟ ୧୦୧ ଜଣଙ୍କ ସ୍ୱାବ ଗ୍ରହଣ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ସେମାନଙ୍କ ମଧ୍ୟରେ ଜଣେ ପୁଲିସ ଏସଆଇ ଓ ୩ ଜଣ ପୁଲିସ କର୍ମଚାରୀଙ୍କ ସମେତ ଅନ୍ୟ ତିନି ଜଣ ଥିବା ଜଣାପଡିଛି । ସେହିପରି ଇଛାପୁର ଟିଏମସିରେ ରହୁଥିବା ୯ ଜଣ

ଫିସ୍ ଛାଡ଼ ନହେଲେ ବିଦ୍ୟାର୍ଥୀଙ୍କୁ ଟଙ୍କା ଦିଆଯାଉ

ଭୁବନେଶ୍ୱର,୪ ।୦୬(ନି.ପ୍ର.): ଛାତ୍ରଛାତ୍ରୀଙ୍କ ଫିସ୍ ଛାଡ଼ ପ୍ରସଙ୍ଗକୁ ନେଇ ଛାତ୍ର କଂଗ୍ରେସ ତା’ର ସଂଗ୍ରାମ ଜାରି ରଖିଛି । ଦଳ ପକ୍ଷରୁ ଆଜି ପୂର୍ବାହ୍ନ ୧୧ ସମୟରେ ଏକ ନୀରବ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଛାତ୍ର କଂଗ୍ରେସ ରାଜ୍ୟ ସମନ୍ୱୟ କମିଟି ସଦସ୍ୟ ନିରଞ୍ଜନ ଦାସଙ୍କ

ରନ୍ଧନ ଗ୍ୟାସ ଦର ବୃଦ୍ଧି ବିରୋଧରେ ବିକ୍ଷୋଭ

ଭୁବନେଶ୍ୱର,୪ ।୦୬(ନି.ପ୍ର.): ଦେଶରେ କରୋନା ଯୋଗୁ ଲକଡାଉନ ସମୟରେ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ମୂଲ୍ୟ ୩୭.୫୦ ବୃଦ୍ଧି ପ୍ରତିବାଦରେ ସିପିଆଇ ପକ୍ଷରୁ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ୍ ପିଛା ୪୦ ଡଲାରକୁ ହ୍ରାସ ପାଇଥିବା

ମାନବିକତା ଦେଖାଇଲେ ଯୁବକ :

ରାସ୍ତାରୁ ସୁନା ଟଙ୍କା ପାଇ ଫେରାଇଲେ ରାୟଗଡ,୪ ।୦୬(ନି.ପ୍ର.): ରାୟଗଡ ଜିଲ୍ଳା ଚାନ୍ଦିଲି ଥାନା ଅର୍ନ୍ତଗତ ଜେକେପୁର ନିକଟବର୍ତୀ ନାଗାବଳୀ ବ୍ରିଜ ରାସ୍ତା ଉପରେ ଗୋଟିଏ ପର୍ସ ପାଇଥିଲେ ଜଣେ ଯୁବକ । ପର୍ସଟିର ଚେନ ଖୋଲି ଦେଖିବା ବେଳକୁ ସେଥିରେ ୪ଟି ସୁନା ଖାସୁ, ୨ହଜାର ଟଙ୍କା ଓ ଗୋଟିଏ

୨୪ ଘଂଟାରେ ରେକର୍ଡ ୯୩୦୪ ପଜିଟିଭ

ନୂଆଦିଲ୍ଲୀ,୪ ।୦୬(ଏଜେନ୍ସି): ଭାରତରେ କରୋନା ଭାଇରସ ସଂକ୍ରମଣ ଦିନକୁ ଦିନ ନିୟନ୍ତ୍ରଣ ବାହାରେ ହେବାକୁ ଲାଗିଛି । ଗତ ୨୪ ଘଂଟା ଭିତରେ ଭାରତରେ ମୋଟ ୯,୩୦୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ସହ ଏହି ମହାମାରୀ କାରଣରୁ ଗତ ୨୪ ଘଂଟା ମଧ୍ୟରେ ୨୬୦ ଜଣଙ୍କର ମୃତ୍ୟୁ ହୋଇଛି । ତେବେ