ମେ ୩୧ ପର୍ଯ୍ୟନ୍ତ ବଢିପାରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ

ନୂଆଦିଲ୍ଲୀ- ଲକଡାଉନ ୪.୦ ମେ ୩୧ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ । ୪ର୍ଥ ପର୍ଯ୍ୟାୟ ଲକଡାଉନରେ ନିୟମ କିଛି ମାତ୍ରାରେ କୋହଳ କରାଯିବା ନେଇ ସ୍ପଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ । ଅର୍ଥନୀତି ଉପରେ ଗୁରୁତ୍ୱ ଦେଇ ସରକାର ଏଭଳି ନିଷ୍ପତି ନେଇଛନ୍ତି ।

ସ୍ୱାମୀଙ୍କୁ ଶିଳପୁଆରେ ଛେଚି ହତ୍ୟା କଲା ସ୍ତ୍ରୀ

ବ୍ରହ୍ମପୁର : ବ୍ରହ୍ମପୁର ଗେଟ ବଜାର ଜଗିଲି ସାହିରେ ବନମାଳି ବହେରା ତାଙ୍କର ପତ୍ନୀ ଓ ଦୁଇ ପିଲାଙ୍କ ସହ ରହନ୍ତି। ତେବେ ବନମାଳି କିଛି ରୋଜଗାର କରନ୍ତି ନାହିଁ। ଆର୍ଥିକ ପରିସ୍ଥତିକୁ ନେଇ ଅନେକ ସମୟରେ ବନମାଳି ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହିଥାଏ। ଗତକାଲି ସନ୍ଧ୍ୟାରେ ବି

କରୋନା ଯୋଦ୍ଧାଙ୍କ ପାଇଁ ଆଡଭାଇଜରୀ ଜାରି

ନୂଆଦିଲ୍ଲୀ- ସ୍ୱାସ୍ଥ୍ୟକର୍ମୀଙ୍କ ସ୍ୱାସ୍ଥ୍ୟ ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି । କୋଭିଡ ୧୯ ହସ୍ପିଟାଲରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ଆକ୍ରାନ୍ତ ଭୟ ଅଧିକ ଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ହସ୍ପିଟାଲ କତୃପକ୍ଷଙ୍କୁ

ଆଉ ଚାଲିବେନି ପ୍ରବାସୀ ଶ୍ରମିକ

ଭୁବନେଶ୍ବର : ପ୍ରବାସୀ ଓଡ଼ିଆ ଶ୍ରମିକ ହୁଅନ୍ତୁ କି ଅଣଓଡ଼ିଆ ଶ୍ରମିକ , ଓଡ଼ିଶା ମଧ୍ୟ ଦେଇ ଯାଉଥିବା ଶ୍ରମିକମାନଙ୍କୁ ଆଉ ଚାଲିବାକୁ ପଡ଼ିବ ନାହିଁ। ସରକାର ସେମାନଙ୍କୁ ମାଗଣାରେ ବସ୍‌ ସେବା ଯୋଗାଇଦେବେ। ଅଣଓଡ଼ିଆ ଶ୍ରମିକ ‌ହୋଇଥିଲେ, ବସ୍‌ ସେମାନଙ୍କୁ ଓଡ଼ିଶା ସୀମା ପାର୍ କରାଇବ।

୨୦ ଲକ୍ଷ କୋଟି ଟଙ୍କା ପ୍ୟାକେଜର ପୁନର୍ବିଚାର କରାଯାଉ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ- ୨୦ ଲକ୍ଷ କୋଟି ଟଙ୍କା ପ୍ୟାକେଜର ପୁନର୍ବିଚାର କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ତାଙ୍କ ଉକ୍ତିରେ କହିଛନ୍ତି ଉପବାସରେ ଚାଲି ଚାଲି ଘରକୁ ଯାଉଥିବା ପ୍ରବାସୀ ଶ୍ରମିକ, କୃଷକ, ଛୋଟ ବ୍ୟବସାୟୀ ଏବଂ ଅନ୍ୟାନ୍ୟ ଲୋକମାନଙ୍କର

ସଂଙ୍ଗରୋଧ କେନ୍ଦ୍ରରେ ନିମ୍ନମାନ ଖାଦ୍ୟ ଅଭିଯୋଗ

ରାଜଗାଙ୍ଗପୁର: ସଂଙ୍ଗରୋଧ କେନ୍ଦ୍ରରେ ନିମ୍ନମାନ ଖାଦ୍ୟ ପରିବେଷଣ ନେଇ ଗୁରୁତର ଅଭିଯୋଗ । ରାଜଗାଙ୍ଗପୁରରେ ପ୍ରବାସୀଙ୍କ ପାଇଁ ରହିଛି ୬ ସଂଙ୍ଗରୋଧ କେନ୍ଦ୍ର । ବୟସ୍କଙ୍କ ପାଇଁ ପ୍ରତିଦିନ ୧୨୦ ଓ ଶିଶୁଙ୍କ ପାଇଁ ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଏହା ସତ୍ୱେ ପୈାରପାଳିକା ପକ୍ଷରୁ

ବ୍ରହ୍ମପୁରରେ ଆକ୍ସେସ କଂଟ୍ରୋଲ ଜୋନ ଘୋଷଣା

ବ୍ରହ୍ମପୁର- କରୋନା ସଂକ୍ରମଣ ଭୟରେ ବ୍ରହ୍ମପୁରରେ ଆକ୍ସେସ କଂଟ୍ରୋଲ ଜୋନ ଘୋଷଣା କରିଛି ମହାନଗର ନିଗମ । ସହରର ବଡବଜାର ଥାନା ଶଙ୍କରପୁର ସାହିର ସମସ୍ତ ପ୍ରବେଶ ପଥକୁ ସିଲ କରିଛି ପ୍ରଶାସନ । ଜୋନ ଭିତରକୁ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଜୋନ ଭିତରେ ଥିବା ଲୋକଙ୍କୁ ହୋମ

କୋହଳ ହେବ ୪ର୍ଥ ପର୍ଯ୍ୟାୟ ଲକଡାଉନ

ନୂଆଦିଲ୍ଲୀ- ମୋ ୧୭ରୁ ଆମ୍ଭ ହେଉଛି ୪ର୍ଥ ପର୍ଯ୍ୟାୟ ଲକଡାଉନ । ଏହି ତାଲାବନ୍ଦରେ କିଛିଟା କୋହଳ ହେବା ନେଇ କେନ୍ଦ୍ର ସରକାର ପକ୍ଷରୁ ସୂଚନା ଦିଆଯାଇଛି । ଅର୍ଥନୈତିକ ଦିଗକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତି ନେଇଛନ୍ତି । ପଞ୍ଜାବ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ତେଲେଙ୍ଗାନା ଓ

କରୋନା ଭୂତାଣୁ ଟିକା ପ୍ରସ୍ତୁତି ପାଇଁ ୧୪ ପ୍ରକଳ୍ପ

ବେଙ୍ଗାଲୁରୁ: କରୋନାଭାଇରସ୍ ଟିକା ପ୍ରସ୍ତୁତି କରିବା ନିମନ୍ତେ ସରକାରଙ୍କ ପୃଷ୍ଠପୋଷକତାରେ ଉଭୟ ଘରୋଇ ଓ ଶିକ୍ଷା ପ୍ରତିଷ୍ଠାନମାନଙ୍କରେ ୧୪ ବଡ଼ ପ୍ରକଳ୍ପ ଚାଲିଛି। ଆଠଟି ରାଜ୍ୟର ଆଠଟି ସହରରେ ଚାଲିଥିବା ଏହି ଟିକା ପ୍ରସ୍ତୁତ ପ୍ରକଳ୍ପର ଗୋଟିଏ ଟିକା ପରୀକ୍ଷଣ ପର୍ଯ୍ୟାୟକୁ ଆସି

ଫରୱାର୍ଡ ବ୍ଳକ୍ ପ୍ରତିବାଦ

ଭୁବନେଶ୍ୱର- କରାନା ପୀଡିତଙ୍କ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ମାତ୍ର ଏହା ପ୍ରକୃତ ଲୋକଙ୍କ ପାଖରେ ପଂହଚି ପାରୁ ନାହଁ ବୋଲି ଅଭିଯୋଗ କରି ଅଲ ଇଣ୍ଡିଆ ଫରୱାର୍ଡ ବ୍ଳକ ଓ ଓଡିଶା ରାଜ୍ୟ କମିଟି ପକ୍ଷରୁ ସାରା ରାଜ୍ୟରେ ପ୍ରତିବାଦ ଦିବସ ପାଳନ କରିଛି ।