କେନ୍ଦ୍ରୀୟ ନେତୃତ୍ୱ ଙ୍କ ଫୋକସରେ କେନ୍ଦୁଝର, ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ ପାଇଁ ଆହ୍ଵାନ

ଚମ୍ପୁଆ : ଵିକଶିତ ଭାରତର ସୂର୍ଯ୍ୟୋଦୟ ଓଡ଼ିଶାରୁ ଆରମ୍ଭ ହେବା ନେଇ ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ ହେବାକୁ ଯାଉଛି । ଏଥିପାଇଁ ସେ ସମଗ୍ର ଓଡ଼ିଶା ସହ କେନ୍ଦୁଝର ଜିଲ୍ଲାକୁ ଫୋକସରେ ରଖିଛନ୍ତି । ତଦନୁଯାୟୀ ଜିଲ୍ଲାକୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ରକ୍ଷାମନ୍ତ୍ରୀ ରାଜନାଥ ସିଂହ, ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ, ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ, ଚୁନିଲାଲ ଚୌରାଶିଆ ଭଳି କେନ୍ଦ୍ରୀୟ ନେତୃବୃନ୍ଦ ଜିଲ୍ଲା ଗସ୍ତ କରିସାରିଛନ୍ତି । ଆଜି ପୂର୍ବାହ୍ନରେ ରାମାୟଣ ସିରିଏଲର ପ୍ରଭୁ ରାମଚନ୍ଦ୍ର ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ ଚମ୍ପୁଆ ଗସ୍ତରେ ଆସି ସ୍ଥାନୀୟ ନେହେରୁ ଷ୍ଟାଡିୟମ ଠାରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଥିଲେ । ପ୍ରଧାନମନ୍ତ୍ରୀ ଯେଉଁ ସବୁ ଯୋଜନା ଆଣିଛନ୍ତି ସେ ସଵୁ ମହିଳା ମାନଙ୍କ ଜୀବନଧାରଣ ଓ ଉଦ୍ୟମିତା ପରିଭୁକ୍ତ। ସାରା ଦେଶରେ ଏଲପିଜି କଭରେଜ ୨୦୧୪ରେ ୧୪.୫୨ ପ୍ରତିଶତ ଥିବା ବେଳେ ତାହା ୩୧.୫୪ ପ୍ରତିଶତକୁ ବୃଦ୍ଧି ପାଇଛି । ତିନି ତଲାକରେ ଅପରାଧୀ କରଣ ମୁସଲିମ ମହିଳାଙ୍କ ସମ୍ମାନ ଓ ସୁରକ୍ଷା ବୃଦ୍ଧି କରିଛି,ମୁକ୍ତା ଯୋଜନାରେ  ୫୯ପ୍ରତିଶତରୁ ଅଧିକ ଏକାଉଣ୍ଟ୍ ଧାରୀ ମହିଳା ଉଦ୍ୟୋଗୀ, ସମସ୍ତଙ୍କୁ ପକ୍କା ଘର,ପିଇବା ପାଣି, ସୁଭଦ୍ରା ଯୋଜନା ଭଳି  ଅନେକ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନତାଙ୍କୁ ଅବଗତ କରାଇଥିଲେ । ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆଜି ଆତ୍ମନିର୍ଭରଶୀଳ । ଭାରତ ଏବେ ବିଶ୍ଵର ୫ମ ବୃହତ୍ତମ ଅର୍ଥନୀତି, ଆଗାମୀ କିଛି ବର୍ଷ ଭିତରେ ଏହା ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବାକୁ ଯାଉଥିଵା ସେ ସ୍ପଷ୍ଟ କରିଦେଇଥିଲେ । ଯଶସ୍ଵୀ ପ୍ରଧାନମନ୍ତ୍ରୀ ମୋଦୀ ପୃଥିବୀର ଅଦ୍ୱିତୀୟ ନେତା ଭାବେ ପ୍ରମାଣିତ। ବିଦେଶରେ ଭାରତୀୟଙ୍କ ସମ୍ମାନ ବହୁଗୁଣରେ ବୃଦ୍ଧି ପାଇ ଦେଶର ଗୌରବ ବୃଦ୍ଧି କରିଥିବା ତାଙ୍କ ବକ୍ତବ୍ୟରେ ସ୍ପଷ୍ଟ କରିଥିଲେ । ଓଡ଼ିଶାର ମୁଖ୍ୟ ପରିଚୟ ଏହାର ଐତିହ୍ୟ ଓ ସଂସ୍କୃତି । ଏହାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଵିଶ୍ଵ ଶିଖର ସମ୍ମିଳନୀରେ କୋଣାର୍କ ଚକ୍ର ତଳେ ଵିଶ୍ଵ ନେତୃବୃନ୍ଦ ଙ୍କୁ ସ୍ଵାଗତ କରିବା, ପାଇକ ବିଦ୍ରୋହର ସ୍ମୃତିକୁ ସେଠାରେ ଉଜାଗର କରିଵା ଏହାର ସ୍ଵୀକୃତି । ଓଡ଼ିଆ ଅସ୍ମିତା ଏବେ ବିପଦରେ । ଶାସକ ଵିଜେଡି ସରକାରଙ୍କ ୨୫ଵର୍ଷ ଶାସନକାଳରେ ଦୁର୍ନୀତି ଓ ଭ୍ରଷ୍ଟାଚାର ଚରମ ସୀମାରେ ପହଞ୍ଚିଛି । ଟେଲିତାରକା ଓ ବିଜେପି ନେତା ଅରୁଣ ଗୋଭିଲ ଉପସ୍ଥିତ ଜନତାଙ୍କୁ ମୋଦିଙ୍କ ୨ଟି ପଦ୍ମ ଦୁଇଗୁଣ ବିକାଶର ଧାରାକୁ ସଫଳ କରି ପଦ୍ମଫୁଲ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ । ଆଗାମୀ ୨୫ ତାରିଖ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ମତଦାନରେ କେନ୍ଦୁଝର ସାଂସଦ ପ୍ରାର୍ଥୀ ଅନନ୍ତ ନାଏକ ଏବଂ ଚମ୍ପୁଆର ବିଧାନସଭା ପ୍ରାର୍ଥୀ ଡ଼ଃ ମୁରଲୀ ମନୋହର ଶର୍ମା ଙ୍କୁ ପଦ୍ମଫୁଲ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରାଇ ବିକାଶର ଧାରାକୁ ତ୍ବରାନ୍ବିତ କରିବାକୁ ଉପସ୍ଥିତ ଜନତାଙ୍କୁ ନିବେଦନ କରିଥିଲେ । ଓଡ଼ିଶାରେ ଏଥର ଡବଲ ଇଞ୍ଜିନ ସରକାର ଗଢ଼ିବାକୁ ଲୋକେ ମନସ୍ଥିର କରିସାରିଥିବା କହିଥିଲେ । ଓଡ଼ିଶାରେ ପରିବର୍ତ୍ତନର ହାଓ୍ଵା ଵହୁଛି। ଵିଜେଡି ସରକାରକୁ ବଦଳାଇ ଏକ ସ୍ଵଛ,ନିର୍ମଳ, ବିକାଶମୁଖି ସରକାର ଗଠନ କରି ମୋଦିଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ଆହ୍ଵାନ ଦେଇଥିଲେ । ଆଜିର ଏହି ବିଶାଳ ଜନ ସମାବେଶରେ ସାଂସଦ ପ୍ରାର୍ଥୀ ଅନନ୍ତ ନାଏକ, ଚମ୍ପୁଆ ବିଧାନସଭା ପ୍ରାର୍ଥୀ ଡ଼ଃ.ମୁରଲୀ ମନୋହର ଶର୍ମା, ରାଜ୍ୟ ପ୍ରବକ୍ତା ସତ୍ୟ ପଣ୍ଡା,ଛତିଶଗଡ଼ ଏମପି, ସନ୍ତୋଷ ପାଣ୍ଡେ,ସୁକେଶୀ ଓରାମ,ଦିଲ୍ଲୀପ ମିଶ୍ର,ରବିନ୍ଦ୍ର କୁମାର ଦାଶଙ୍କ ସମେତ ଅନ୍ୟାନ୍ୟ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ । ଆଜିର ଏହି ସଙ୍କଳ୍ପ ସମାବେଶରେ ୧୫ ହଜାରରୁ ଉର୍ଦ୍ଧ୍ଵ ସାଧାରଣ ଜନତାଙ୍କ ସମାବେଶ ହୋଇଥିଲା ବେଳେ ବିଜେପି କର୍ମୀଙ୍କ ମହଲରେ ଜିତିବାର ଆଶା ଉଜ୍ବଳ ହୋଇଥିବା ପରିଲକ୍ଷିତ ହୋଇଥିଲା । 

Leave A Reply

Your email address will not be published.

20 + 15 =