ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କଲେ ପ୍ରଣବ, ଜବାବ ଦେଲେ ଲେଖାଶ୍ରୀ

ଭୁବନେଶ୍ୱର : ରାଜ୍ୟରେ ମହିଳାଙ୍କ ସୁରକ୍ଷା ଓ ନିର୍ବାଚନରେ ସଂରକ୍ଷଣ ପ୍ରସଙ୍ଗ ନେଇ ସୋଶାଲ ମିଡିଆରେ କଥା କଟାକଟି ହୋଇଛନ୍ତି ବିଜେଡି ଓ ବିଜେପି। ଏହି ମାମଲାରେ ବିଜେଡି ନେତା ପ୍ରଣବ ପ୍ରକାଶ ଦାଶ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟ୍ୱିଟ୍ କରି ଟାର୍ଗେଟ କରିଥିଲେ। ତେବେ ଏହାର ପାଲଟା ଜବାବ ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦିକା ଡକ୍ଟର ଲେଖାଶ୍ରୀ ସାମନ୍ତସିଂହାର। ପ୍ରଣବ ନିଜ ଟ୍ୱିଟରେ ଧର୍ମେନ୍ଦ୍ରଙ୍କୁ ଟ୍ୟାଗ୍ କରି ଲେଖିଥିଲେ ଯେ, ଆମ ମୁଖ୍ୟମନ୍ତ୍ରୀ ଚାହାଁନ୍ତି ଆମର ମା’ ଓ ଭଉଣୀମାନେ ସଂସଦ ଓ ବିଧାନସଭାରେ ବସି ଦେଶର ଭାଗ୍ୟ ର୍ନିଦ୍ଧାରଣ କରନ୍ତୁ। ଆପଣ କଣ ଚାହାଁନ୍ତି ମହିଳାମାନେ ଘରର ଚାରି କାନ୍ଥ ଭିତରେ ରହି କେବଳ ରୋଷେଇ କରନ୍ତୁ? ଆମ ମା’ ଓ ଭଉଣୀମାନେ ଆଜି ବି ଚମତ୍କାର ରୋଷେଇ କରନ୍ତି ସୁଯୋଗ ମିଳିଲେ ସେମାନେ ଦେଶ ମଧ୍ୟ ଚଳାଇ ପାରିବେ।

Leave A Reply

Your email address will not be published.

three × 2 =