ପାଟନା: ବିହାରର ଗୋପାଳଗଞ୍ଜର ବୈାକୁଣ୍ଠପୁରଠାରେ ଏକ ପୋଲ ଉଦଘାଟନ ହେବାର ୨୯ ଦିନ ପରେ ଭୁଶୁଡି ପଡିଛି । ଏହି ପୋଲ ଗଣ୍ଡକ ନଦୀର ଏକ ଶାଖା ନଦୀ ଉପରେ ନିର୍ମାଣ କରାଯାଇଥିଲା । ପ୍ରାୟ ୨୬୪ କୋଟି ଟଙ୍କା ଏହି ପୋଲ ନିର୍ମାଣରେ ଖର୍ଚ୍ଚ ହୋଇଥିଲା । ଏଥିରେ କେହି ମୃତାହତ ହୋଇନାହାଁନ୍ତି । ପୋଲଟିର ଏକ ବଡ ଭାଗ ଭାସିଯିବା ପରେ ବିରୋଧୀ ଦଳ ନୀତୀଶ ସରକାରଙ୍କୁ ଜୋରଦାର ସମାଲୋଚନା କରିଛନ୍ତି । ରାଷ୍ଟ୍ରୀୟ ଜନତା ଦଳର ନେତା ତେଜସ୍ୱୀ ଯାଦବ ଏହାକୁ ମହାଦୁର୍ନୀତି ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ ଆଙ୍ଗୁଠି ଉଠାଇଛନ୍ତି ।