ଭୁବନେଶ୍ୱର: ଓଡିଶାରେ ଖୁବ ଶିଘ୍ର ପ୍ଲାଜମା ଥେରାପି ଆରମ୍ଭ ହେବ । ଏହା ସମ୍,କିମ୍ସ,ଏସସିବି ଏବଂ ଅଶ୍ୱିନୀ ହସ୍ପିଟାଲରେ ଆରମ୍ଭ ହେବ । ଏହାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ସପ୍ତାହରୁ ୮ହଜାର କରୋନା ଟେଷ୍ଟ ହେବ । ବର୍ତମାନ ୩୦ହଜାର କିଟ୍ ମହଜୁଦ୍ ଅଛି । ଆଉ ୧ଲକ୍ଷ କିଟ୍ ର ଅର୍ଡର ଦିଆଯାଇଛି । ତେବେ ୧୦ ରୁ ୧୨ ଦିନ ଭିତରେ ପ୍ଳାଜମା ଥେରାପି ଆରମ୍ଭ ହେବ ବୋଲି ଆ-ଇ-ଏଲ-ଏସ୍ ନିର୍ଦେଶକ ଅଜୟ ପରିଡା ସୂଚନା ଦେଇଛନ୍ତି ।