କରୋନା ଯୋଦ୍ଧାଙ୍କ ପାଇଁ ୱେବିନାର୍ : ରାଜ୍ୟସରକାର

ଭୁବନେଶ୍ୱର: କରୋନା ସଂକଟ ସମୟରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଡାକ୍ତର,ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟ ସମସ୍ତ କୋଭିଡ ଯୋଦ୍ଧାଙ୍କୁ ସଂକ୍ରମଣରୁ ରକ୍ଷା କରିବା ହେଉଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏ ଦିଗରେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦକ୍ଷତା ବୃଦ୍ଧି ଏବଂ ତାଲିମ ନିମନ୍ତେ ଗଠିତ କମିଟି ପକ୍ଷରୁ ୱେବିନାର କରାଯିବ ବୋଲି ଆଜି କମିଟିର ସମାକ୍ଷା ବୈଠକରେ ନିଷ୍ପତି ନିଆଯାଇଛି । ଏହା ଜୁଲାଇ ୧୭,୨୦ ଏବଂ ୨୨ ତାରିଖ ଅପରାହ୍ନ ୩ଟାରୁ ଆରମ୍ଭ ହେବ । ଏହି ୱେବିନାରରେ କଟକ ଏସସିବି ମେଡିକାଲ କଲେଜର ବିଶିଷ୍ଟ ପ୍ରଫେସରମାନେ ବିଭିନ୍ନ ବିଷୟରେ ତାଲିମ ଦେବେ ।

Leave A Reply

Your email address will not be published.

7 − five =