ଜାଣନ୍ତୁ ନାଗପଂଚମୀ କଥା

ଶ୍ରାବଣ ମାସର ଶୁକ୍ଳକ୍ଷର ପଂଚମୀ ତିଥୀରେ ନାଗପଂଚମୀ ପର୍ବ ପାଳନ କରାଯାଏ । ସନାତନ ହିନ୍ଦୁ ଧର୍ମରେ ନାଗଙ୍କୁ ବହୁତ ଶୁଭ ଓ ଉଚ୍ଚ ସ୍ଥାନ ରେ ରଖାଯାଇଛି । ଭଗବାନ ଶିବ ତାଙ୍କ ଗଳାରେ ବାସୁକି ନାଗଙ୍କୁ ଧାରଣ କରିଥିବା ବେଳେ ଭଗବାନ ବିଷ୍ଣୁ ଶେଶ୍ ନାଗ ଉପରେ ରହିଛନ୍ତି । ସେହିଭଳି ନାଗଦେବତାଙ୍କ ସାହାର୍ଯ୍ୟ କ୍ରମେ ସମୁଦ୍ର ମନ୍ଥନ ସଫଳ ହୋଇଥିଲା । ଯେଉଁଥିପାଇଁ ହିନ୍ଦୁ ଧର୍ମରେ ନାଗଙ୍କୁ ଭୋଗ ଲାଗାଇ ପୂଜା କରାଯାଇଥଏ । ନାଗଙ୍କ ଦେବତା ଭଗବାନ ଶିବଙ୍କୁ ମାନନ୍ତି । ଯେଉଁଥିପାଇଁ ଶିବଙ୍କ ସହିତ ନାଗଙ୍କୁ ମଧ୍ୟ ଜଳ ଓ ପୁଷ୍ପ ଦେଇ ପୂଜା ଅର୍ଚ୍ଚନା କରାଯାଏ । କୁହାଯାଏ ଯେ ଏଥିରୁ ସର୍ପ ଦୋଷରୁ ମୁକ୍ତି ମିଳିଥାଏ । ଆଜି ନାଗଂଚମିରେ ଜାଣିବା ଏହାର କଥା କଣ ରହିଛି …..


ଏମିତି ଏକ ସମୟର କଥା ଗୋଟେ ଗାଁରେ ଜଣେ ମହିଳା କ୍ଷୀର ବିକ୍ରି କରୁଥାଏ । ସେହି ମହିଳାର ଗୋଟେ ଝିଅଟିଏ ଥିଲା ଯେ ବହୁତ ସରଳ ଓ ସଂସ୍କାରି ଥିଲା । ମହିଳା ଜଣଙ୍କ ସବୁବେଳ କ୍ଷୀର ଗରମ କରି ତା ଅଗଣାରେ ରଖନ୍ତି ଥଣ୍ଡା କରିବା ପାଇଁ ଆଉ ତା ପରେ ଘଂଟି ବଜାଇଥାଏ । ସେତେବେଳ ସେହି ସ୍ଥାନରେ ଯେତେବି ସାପ ଥିବେ ସେମାନେ ସମସ୍ତେ ଆସି ସେହି କ୍ଷୀର କୁ ପିଉଥିଲେ । ଏହାକୁ ନେଇ ମହିଳା ଜଣଙ୍କ ତାଙ୍କ ଝିଅକୁ କହିଥିଲେ କି ଏହି ସାପ ସବୁ ତୋର ଭାଈ ଅଟନ୍ତି ଯଦି କେବେ ମୁଁ ରହିଲିନି ତେବେ ତୁ ତୋର ଭାଈମାନଙ୍କୁ ମନେପକାଉଥିବୁ । କିଛି ଦିନ ପରେ ଝିଅଟି ଯେତେବେଳ ବଡ ହୋଇଯାଏ ତାର ବିବାହର ବହୁତ ବଡ ଘରେ ହୋଇଯାଏ । ଯେଉଁ ଗାଁରେ ତାର ବାହାଘର ହୋଇଥାଏ ସେହିଗାଁର ମୁଖିଆଙ୍କ ର ୭ଟି ପୁଅ ଥିଲେ । ସେମାନଙ୍କ ମଧ୍ୟରୁ ସାନପୁଅ ସାଙ୍ଗରେ ଝିଅଟିର ବାହାଘର ହୋଇଯାଏ । ୭ ବୋହୂରେ ସାନ ବେହୂ ସବୁଠୁ ବେଶୀ ସରଳ ଓ ସଂସ୍କାରୀ ଥିଲେ ହେଲେ ତାକୁ ବାକି ସବୁ ବୋହୂ ମାନେ ଇଙ୍ଗିତ କରି କୁହନ୍ତି ତୋର ତ ଦୁନିଆରେ କେହି ନାହାନ୍ତି । ମା’ ଥିଲା ସିଏ ବି ଦୁନିଆରେ ନାହାନ୍ତି । ଏମିତି ଶୁଣିକି ବି ସିଏ କାହାରିକୁ କିଛି ବି କୁହନ୍ତି ନାହିଁ । ତା ପରେ ଶ୍ରାବଣ ମାସ ଆରମ୍ଭ ହେବା ନେଇ ସବୁ ବୋହୂ ମାନେ ବହୁତ ଖୁସି ଥିଲେ । ସମସ୍ତଙ୍କ ଭାଈମାନେ ନେବା ପାଇଁ ଆସବେ । ପୁରା ମାସ ତାଙ୍କ ବାପଘରେ ବିତେଇବେ । ଏହି ସମୟରେ ସବୁଠୁ ବଡ ବୋହୂ ସାନ ବୋହୂ ପାଖକୁ ଆସି କୁହନ୍ତି ତୋର ତ କେହି ଭାଈ ନାହାନ୍ତି ଏବେ ତୁ କଣ କରିବୁ । ପୁରା ଶ୍ରାବଣ ମାସ ଏଇଠି ବସିବାକୁ ପଡିବ । ଏହା ଶୁଣିକି ସାନ ବୋହୂ ଦୁଃଖରେ ବହୁତ କାନ୍ଦିଥାଏ । କାନ୍ଦି କାନ୍ଦି ସେ ଯାଇ ଏକ ଗଛ ମୂଳରେ ବସିଯାଏ ଆଉ ସେତିକି ବେଳେ ଗଛରୁ ଶେସ୍ ନାଗ ବାହାରି ଆସିଥାନ୍ତି । ଆଉ ସେ ମନେ ପକାଇ କୁହନ୍ତି କି ତମ ମା ମତେ ସବୁବେଳ କ୍ଷୀର ପିଆଉଥିଲେ । ସେମିତିରେ ତୁମେ ମୋର ଭଉଣୀ ଭଳି ହେବ । ତୁମେ ବ୍ୟସ୍ତ ହୁଅନି ତୁମେ ମୋ ସାଙ୍ଗରେ ନାଗଲୋକ ଚାଲ । ସେମିତିରେ ଗୋଟେ ଭଉଣୀ ତା ଭାଈ ଘରକୁ ଆସିବାଟା ସେଟା ତାର ଅଧିକାର ହୋଇଥାଏ । ତା ପରେ ଶେସ୍ ନାଗ ମଣିଷ ରୂପ ଧରି ସାନବୋହୂକୁ ତା ଶାଶୂ ଘରୁ ନାଗଲୋକ ନେଇକି ଯାଆନ୍ତି । ସେଠି ନାଗମାତାଙ୍କଠୁ ବି ତାଙ୍କୁ ବହୁତ ସ୍ନେହ ମିଳିଥାଏ । ସେଠାରେ ଶେସ୍ ନାଗଙ୍କର ବି ଛୋଟ ଛୋଟ ସାପ ଥିଲେ । ସେମାନଙ୍କୁ ନାଗମାତା ସବୁବେଳେ ଥଣ୍ଡା କ୍ଷୀର ପିଆଉଥିଲେ । ଗୋଟିଏ ଦିନର କଥା ସାନବୋହୂ ଜଣା ନଥିଲା କି କ୍ଷୀର ଏପର୍ଯ୍ୟନ୍ତ ଥଣ୍ଡା ହୋଇନାହିଁ ବୋଲି । ସେ ଭୂଲରେ ସବୁ ସାପଙ୍କୁ କ୍ଷୀର ପିଇବା ପାଇଁ ଡାକିଦେଲେ । ଯେମିତି ସାପ କ୍ଷୀର ପିଇବା ଆରମ୍ଭ କଲେ ସେଥିରେ ତାଙ୍କ ପାଟି ପୋଡିଗଲା ଆଉ ସେମାନେ ସମସ୍ତେ ରାଗିକି ସାନ ବୋହୂକୁ ଚୋଟ ମାରିବାକୁ ଆସିଥିଲେ । କିନ୍ତୁ ନାଗମାତା ବୁଝାଇବାରୁ ସେମାନେ ସାନବୋହୂକୁ ଛାଡିଦେଲେ । ତା ପରେ ଶେସ୍ ନାଗ ସାନବୋହୂକୁ ତାଙ୍କ ଶାଶୂଘରେ ଛାଡିବାକୁ ଗଲେ ଏହା କହିକି କି ଆର ବର୍ଷ ଶ୍ରାବଣ ମାସରେ ସେ ପୁଣି ଆସିବେ । ଏପଟେ ଛୋଟ ସାପ ବି ବଡ ହୋଇଯାଇଥିଲେ । କିନ୍ତୁ ସେମାନେ ଏବେବି ସାନବୋହୂ ଠୁ ପ୍ରତିଶୋଧ ନେବାକୁ ଚାହୁଥିଲେ । ସେମାନେ ଏହା ଚିନ୍ତା କଲେ କି ଏଇ ବର୍ଷ ଶ୍ରାବଣ ମାସରେ ସାନବୋହୂ ଘରକୁ ଯାଇକି ସେଇଠି ତାକୁ ଚୋଟ ମାରିବେ । ଶ୍ରାବଣ ମାସ ଆରମ୍ଭ ହୋଇଗଲା ସାନବୋହୂ ଜାଣିଥିଲେ କି ତାଙ୍କ ଭାଈ ଆସିବେ । ସେଥିପାଇଁ ସେ ଗୋଟେ ଦିନ ପୂର୍ବରୁ ଭାଈମାନଙ୍କ ପାଇଁ ଥଣ୍ଡା କ୍ଷୀର, ମିଠା ରୁଟି, ଫଳ ଆଦି ଆଣିକି ରଖିଲା । ସେ ତାଙ୍କ ଭାଈମାନଙ୍କ ସ୍ୱାଗତ କରିବା ପାଇଁ ଘର ବାହାରେ ସର୍ପ ରଙ୍ଗଲୀ ତିଆରି କରିଥିଲା । ଆଉ ଯେତେବେଳେ ସେମାନେ ଆସିଲେ ତାଙ୍କୁ କୁଙ୍କୁମ ଲଗାଇ ତାଙ୍କ ଉପରେ ବାସ୍ନା ଫୁଲର ବର୍ଷା କରିଥିଲେ ସାନବୋହୂ । ତା ପରେ ତାଙ୍କୁ ଥଣ୍ଡା କ୍ଷୀର, ମିଠା ରୁଟି ଓ ଫଳ ଖାଇବାକୁ ଦେଇଥିଲେ । ପୂର୍ବରେ ହୋଇଥିବା ଭୁଲ ପାଇଁ କ୍ଷମା ମଧ୍ୟ ମାଗିଥିଲେ । ତା ପରେ ଭାଈମାନଙ୍କୁ ବିଶ୍ୱାସ ହେଲା କି ତାଙ୍କ ପାଟି ସାନବୋହୂ ଦ୍ୱାରା ଭୁଲରେ ପୋଡିଯାଇଥିଲା । ଏହାପରେ ସମସ୍ତେ ଖୁସି ହୋଇ ତାଙ୍କ ଭୋଜନ କରି ଉପହାରରେ ସାନବୋହୂକୁ ବହୁତ ସୁନ୍ଦର ମୋତିର ହାର ଦେଲେ । ଆଉ କଥା ମଧ୍ୟ ଦେଲେ କି ତୁମ ପରି ଯିଏ ସ୍ନେହରେ ଥଣ୍ଡା କ୍ଷୀର ପିଇବାକୁ ଦେବ ଆମେ ତାଙ୍କୁ ସର୍ପଦୋଷରୁ ମୁକ୍ତ କରିବେ । ସେବେଠୁ ଶ୍ରାବଣ ମଙ୍କସର ଶୁକ୍ଳପକ୍ଷ ପଂଚମୀ ତିଥିରେ ନାଗପଂଚି ପର୍ବ ରୂପରେ ପାଳନ କରାଯାଏ । ଯେଉଁଥିରେ ସବୁ ମହିଳା ନାଗଦେବତାଙ୍କୁ ଭାଈ ମାନିକରି । ତାଙ୍କ ପାଇଁ ଥଣ୍ଡା କ୍ଷୀର , ମିଠା ରୁଟି ଓ ଫଳ ଇତ୍ୟାଦି ଆଣି ତାଙ୍କର ପୂଜା କରନ୍ତି ।

Leave A Reply

Your email address will not be published.

seventeen + 11 =