ଭିଟାମିନ୍ ଡି’କମ୍ ଥିଲେ ହେବ କରୋନା

ଜେରୁଜେଲମ: ଇସ୍ରାଏଲର କିଛି ଗବେଷକ ଦାବି କରିଛନ୍ତି ଯେ ଦେହରେ ଭିଟାମିନ୍ ଡି କମ୍ ଥିଲେ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହେବାର ଅଧିକ ସମ୍ଭାବନା ରହିଛି । ସେମାନଙ୍କ ଅନୁସାରେ, ସୂର୍ଯ୍ୟାଲୋକ ଯୋଗୁ ମଣିଷ ଦେହର ଚର୍ମରେ ଭିଟାମିନ୍ ଡି ପ୍ରସ୍ତୁତି ହୋଇଥାଏ । କିନ୍ତୁ ଏହି ଭିଟାମିନ୍ ଦେହରେ ଭିଟାମିନ୍ ସି ଏବଂ ଫସଫରସ ମାତ୍ରାକୁ ନିୟନ୍ତ୍ରଣ କରିଥାଏ ଯାହାକି ଅସ୍ଥି ଏବଂ ଦାନ୍ତ ଆଦିକୁ ସୁସ୍ଥ ରଖିଥାଏ । ହେଲେ ଯଦି କୌଣସି କାରଣରୁ ରକ୍ତରେ ଭିଟାମିନ୍ ଡିର ମାତ୍ରା କମିଯାଏ, ତାହାହଲେ ଏହାଯୋଗୁ ଉକ୍ତ ବ୍ୟକ୍ତି ସହଜରେ କରୋନାର ଟାର୍ଗେଟ ପାଲଟି ଥାଆନ୍ତି । ଏହି ଗବେଷକମାନେ ସମୁଦାୟ ୭୮୦୭ ଜଣ ବ୍ୟକ୍ତିଙ୍କ ଉପରେ ଅଧ୍ୟୟନ କରି ଏହି ରିପୋର୍ଟ ଦେଇଛନ୍ତି । ଏତେ ସଂଖ୍ୟାତ ଲୋକଙ୍କର ଏକ ସମୟରେ କରୋନା ଏବଂ ଭିଟାମିନ୍ ଡି ପରୀକ୍ଷା କରାଯାଇଥିଲା । ସେମାନଙ୍କ ଭିତରୁ ୭୮୨ (୧୦.୧%) କରୋନା ପଜିଟିଭ୍ ବାହାରିଥିଲା ବେଳେ ୭୦୨୫ (୮୯.୯%) କରୋନା ନେଗେଟିଭ ବାହାରିଥିଲେ । କିନ୍ତୁ ଦେଖାଯାଇଥିଲା ଯେ କରୋନା ନେଗେଟିଭ୍ ବାହାରିଥିବା ବ୍ୟକ୍ତିଙ୍କ ତୁଳନାରେ କରୋନା ପଜିଟିଭ୍ ବାହାରିଥିବା ଲୋକଙ୍କ ରକ୍ତରେ ଭିଟାମିନ୍ ଡିର ମାତ୍ରା ଅପେକ୍ଷାକୃତ କମ ରହିଛି । ଏଥିରୁ କରୋନା ସଂକ୍ରମଣ ସହିତ ଭିଟାମିନ୍ ଡି ଅଭାବର କିଛି ସମ୍ପର୍କ ରହିଥିବାର ସେମାନେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

17 − 10 =