ଶ୍ରାବଣ ମାସର ୨ୟ ସୋମବାର: ଜାଣନ୍ତୁ ବେଲପତ୍ରର ମହତ୍ୱ କୃପା

ପ୍ରଭୁ ଶିବଶଙ୍କରଙ୍କୁ ବେଲପତ୍ର ଖୁବ୍ ପ୍ରିୟ , ଏହାର ଶିବ ପୁରାଣରେ ମଧ୍ୟ ବର୍ଣ୍ଣନା କରାଯାଇଛି । ତେଣୁ ସମସ୍ତ ଭକ୍ତ ଶ୍ରଦ୍ଧାର ଭାବ ସହ ପ୍ରଭୁଙ୍କୁ ପୂଜାର୍ଚ୍ଚନା କରିବା ସମୟରେ ବେଲପତ୍ର ଅର୍ପଣ କରିଥାନ୍ତି । ଏହା ଦ୍ୱାରା ପ୍ରଭୂ ଖୁବ୍ ପ୍ରସନ୍ନ ହେବା ଭକ୍ତଙ୍କ ଉପରେ କୃା ଓ ଆଶୀର୍ବାଦ ଦେଇଥାଆନ୍ତି । ବେଲ ଗଛକୁ ଶ୍ରୀବୃକ୍ଷ ମଧ୍ୟ କୁହାଯାଏ । ମାନ୍ୟତା ଅନୁଯାୟୀ , ଏଥିରେ ପ୍ରଭୁ ମହାଦେବ ବାସ କରନ୍ତି । ତିନିଟି ପତ୍ର ବିଶିଷ୍ଟ ବେଲପତ୍ର କୁ ତ୍ରିଦେବଙ୍କ ଏକ ରୂପ ବୋଲି ମଧ୍ୟ କୁହାଯାଏ । କିମ୍ବଦନ୍ତୀ ଅନୁଯାୟୀ , ଏକଦା ମାତା ପାର୍ବତୀ ଆଙ୍ଗୁଠିରେ ନିଜ ମଥାରେ ଥିବା ଝାଳକୁ ପୋଛି ପକାଇ ଦେଇଥିଲେ । ସେହି ଝାଳରୁ କିଛି ବୁନ୍ଦା ମନ୍ଦାର ପର୍ବତରେ ପଡ଼ିଥିଲା । ସେଥିରୁ ହିଁ ବେଲ ଗଛ ଉପନ ହୋଇଛି ବୋଲି କୁହାଯାଏ । ଏହି ବେଲର ବୃକ୍ଷ ଅଧିକାଂଶ କେବଳ ମନ୍ଦିର ନିକଟରେ ହିଁ ଥାଏ । ତେବେ ପୁରାଣରେ ବର୍ଣ୍ଣନା କରାଯାଇଛି , ଘରର ବଗିଚାରେ ବେଲ ବୃକ୍ଷ ଲଗାଇବା ଦ୍ୱାରା ଅକ୍ଷୟ ପୁଣ୍ୟ ପ୍ରାପ୍ତି ହୋଇଥାଏ । ଯେଉଁ ସ୍ଥାନରେ ଏହି ବୃକ୍ଷ ରହିଥାଏ , ତାହା କାଶୀ ତୀର୍ଥ ଭଳି ପବିତ୍ର ଓ ପୂଜନୀୟ ସ୍ଥଳ । ଏହାର ପ୍ରଭାବରେ ଘରର ସଦସ୍ୟଙ୍କ ଉପରେ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ । ପ୍ରତ୍ୟେକ ସଦସ୍ୟଙ୍କ ମଧ୍ୟରେ ସ୍ନେହଶ୍ରଦ୍ଧା ଭାବ ରହିଥାଏ । ଘରେ କୌଣସି ନକରାତ୍ମକ ଶକ୍ତି ପ୍ରବେଶ କରିନଥାଏ । ଏହା ବାତାବରଣକୁ ଶୁଦ୍ଧ ଓ ପବିତ୍ର କରିଥାଏ । ଏହି ବୃକ୍ଷର ପ୍ରଭାବରେ କୌଣସି କ୍ଷତିକାରକ ଜୀବଜନ୍ତୁ ରୁହନ୍ତି ନାହିଁ । ବେଲ ପତ୍ର ତୋଳିବା ସମୟରେ କିଛି ସତବତନ୍ତ ନିୟମ ପପ୍ରତି ଧ୍ୟାନ ରଖିବା ସହ ପ୍ରଭୁ ଭୋଳାଶଙ୍କରଙ୍କୁ ଅର୍ପଣ କରିବା ଶ୍ରେଷ୍ଠ ବୋଲି କୁହାଯାଏ । ଶୁଖିଯାଇଥିବା ଓ ଛିଣ୍ଡିଯାଇଥିବା ବେଲ ପତ୍ର ପ୍ରଭୁଙ୍କୁ ଅର୍ପଣ କରିବା ଉଚିତ ନୁହେଁ ।

Leave A Reply

Your email address will not be published.

ten − 1 =