ହାଇଦ୍ରାବାଦ: ଜଣେ ଅଜ୍ଞାତ ଭକ୍ତ ତିରୁମାଲା ହିଲ୍ସ ସ୍ଥିତ ଭଗବାନ ଭେଙ୍କଟେଶ୍ୱରଙ୍କ ମନ୍ଦିରକୁ ଦୁଇ କିଲୋ ଓଜନର ସୁନା ଦାନ କରିଛନ୍ତି । ମନ୍ଦିର ହୁଣ୍ଡି ଖୋଲାଯିବା ପରେ ତା ଭିତରେ ଅନେକ ଗୋଲ୍ଡ ବାର୍ ମିଳିଥିଲା । ସେଗୁଡିକ ଦୁଇ କିଲୋ ଓଜନର ଥିଲା ବୋଲି ଜଣାପଡିଥିଲା । ମନ୍ଦିର ପାରିଚାଳନା କମିଟି ତରଫରୁ ମିଳିଥିବା ତଥ୍ୟ ଅନୁସାରେ , ଜୁନ୍ ୧୧ରେ ମନ୍ଦିରକୁ ସାଧାରଣ ଲୋକଙ୍କ ପାଇଁ ଖୋଲାଯିବା ପରଠାରୁ ମାସ ଶେଷ ଯାଏ ମନ୍ଦିରକୁ ନଗଦ ୧୬.୭ କୋଟି ଟଙ୍କା ଦାନ ଆକାରରେ ମିଳିଛି । ଏହି ସମୟ ମଧ୍ୟରେ ପ୍ରାୟ ଅଢେଇ ଲକ୍ଷ ଭକ୍ତ ମନ୍ଦିରକୂ ଆସିଥିଲେ ।