ସାକ୍ଷୀଗୋପୀନାଥଙ୍କ ଭଉଁରୀ ଯାତ୍ରା

ସୁଆଣ୍ଡୋ: ପୁରୀ ଜିଲାର ବୈଷ୍ଣବକ୍ଷେତ୍ର ଭାବେ ପରିଚିତ ସତ୍ୟବାଦୀ ସାକ୍ଷୀ ଗୋପୀନାଥଦେବଙ୍କ ଭଉଁରୀ ଯାତ୍ରା ପ୍ରତୀକାତ୍ମକ ଭାବେ ଶୁକ୍ରବାର ପାଳିତ ହୋଇଯାଇଛି। ଏହି ଅବସରରେ ମହାପ୍ରଭୁଙ୍କ ଦୈନିକ ନୀତିକାନ୍ତି ସରିବା ପରେ ଭଉଁରୀ ନୀତି ଆରମ୍ଭ ହୋଇଥିଲା। ଚଳନ୍ତି ପ୍ରତିମା ମଦନମୋହନ ଓ ଶ୍ରୀରାଧା ଦେବୀଙ୍କୁ ପାଟ ଅଗଣାରେ ସୁସଜ୍ଜିତ ଖଟୁଲିରେ ସେବାୟତମାନେ ବିଜେ କରିଥିଲେ। ନାନାଦି ଫୁଲ ତୁଳସୀରେ ଠାକୁରଙ୍କ ବେଶ କରାଯିବା ପରେ ପଣା ଭୋଗ ଆଳତି କରାଯାଇଥିଲା।ଚଳିତ ବର୍ଷ କରୋନା କଟକଣା ଯୋଗୁ ଚନ୍ଦନ ପୁଷ୍କରିଣୀ ଓ ନନ୍ଦା ଭଦ୍ରା ଦୁଇଟି ଯାକ ଡଙ୍ଗା ମହାପ୍ରଭୁଙ୍କ ସାନିଧ୍ୟରୁ ବଞ୍ଚିତ ହୋଇଥିବା ବେଳେ ଶ୍ରଦ୍ଧାଳୁମାନେ ଚାପରେ ଦିଅଁଙ୍କ ମଧୁସୂଦନ ବେଶ ଦର୍ଶନ କରି ନ ପାରି ନିରାଶ ହୋଇଥିଲେ।

Leave A Reply

Your email address will not be published.

9 − 2 =