ଓସିଏ ଇଣ୍ଟର୍ ଡିଷ୍ଟ୍ରିକ୍ଟ ସ୍କୁଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୫

ଭୁବନେଶ୍ୱର: ଓସିଏ ୧୪ ବର୍ଷରୁ କମ୍ ଇଣ୍ଟର ଡିଷ୍ଟ୍ରିକ୍ଟ  କ୍ରିକେଟ ପ୍ରତିଯୋଗିତାରେ ତୃତୀୟ ପର୍ଯ୍ୟାୟର ପ୍ରାରମ୍ଭିକ ଲିଗ୍ ରେ ମାଲକାନଗିରି ଟିମ୍ ବିଜୟ ହାସଲ କରିଛନ୍ତି। ମାଲକାନଗିରି ଏବଂ କିଟ୍ ମଧ୍ୟରେ ଏହି ପ୍ରତିଯୋଗୀତା ହୋଇଥିଲା। ଆଜି ଭୁବନେଶ୍ୱର ସୋଆ ଗ୍ରାଉଣ୍ଡ ଠାରେ ଟୁର୍ଣ୍ଣାମେଣ୍ଟ ଲିଗ ହୋଇଥିବା ବେଳେ କିଟ୍ ଦଳକୁ ହରାଇ ମାଲକାନଗିରି ଟିମ୍ ବିଜୟ ହାସଲ କରିଛନ୍ତି।  ଟଚ୍ ଜିତି କିଟ୍ ପ୍ରଥମେ ଫିଲ୍ଡିଙ୍ଗ ଚୟନ କରିଥିଲେ । ୫୦ଓଭର ବିଶିଷ୍ଟ ମ୍ୟାଚ ରେ ମାଲକାନଗିରି ଟିମ୍ ପ୍ରଥମେ ବ୍ୟାଟିଂ କରି ୩୨.୪ ଓଭର ରେ ସମସ୍ତ ଉଇକେଟର ହରାଇ ୧୧୦ ରନ୍ କରିଥିଲେ ମାଲକାନଗିରି ଦଳରେ ସର୍ବାଧିକ ରନ ନିଶାନ୍ତ ରାୟ ଏବଂ ରାଜେଶ ଶୟମ ଙ୍କ ବ୍ୟାଟ ରୁ ବାହାରିଥିଲା। ସେହିପରି ମାଲକାନଗିରି ଦଳର ବୋଲର ଶାହିଲ ସେଠୀ ୩, ଗଙ୍ଗା ବେଟି ୩ ଏବଂ ରାଜେଶ ଶୟମ ୨ ଉଇକେଟ ସଂଗ୍ରହ କରିଥିଲେ। ୧୪ରନ ଦେଇ ୩ଟି ବହୁମୂଲ୍ୟ ଉଇକେଟ ନେବାରୁ ଶାହିଲ ମ୍ୟାନ ଓଫ ଦ ମ୍ୟାଚ ହୋଇଥିଲା। ସେହିପରି କିଟ୍ ଦଳ ବ୍ୟାଟିଂ ଓହ୍ଲାଇଥିଲେ ଏବଂ ୩୫.୫ ଓଭର ରେ ସମସ୍ତ ଉଇକେଟ ହରାଇ ୮୫ ରନ୍ ସଂଗ୍ରହ କରିଥିଲା ଏବଂ ୨୫ ରନ୍ ରେ ହାର ର ସାମ୍ନା କରିଥିଲେ ଭୁବନେଶ୍ୱରର କିଟ୍ ଦଳ। ତେବେ ମାଲକାନଗିରି ଟିମ୍ ତୃତୀୟ ପର୍ଯ୍ୟାୟ ପ୍ରାରମ୍ଭିକ ଲିଗ୍ ଗ୍ରୁପ୍ ଟେବୁଲ୍ ଡି , ଏକ-ଦିନିକିଆ ଫର୍ମାଟରେ ଆଗକୁ କଟକ, ମୟୁରଭଞ୍ଜ, ପୁରୀ ରାଉରକେଲା ଏବଂ ଦେଓଗଡ଼ ଟିମ୍ ସହିତ ସହିତ ଖେଳିବ। ପ୍ରଥମ ମ୍ୟାଚ ଜିତିବା ପରେ ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍ ଭିତରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା। ଏହି ମ୍ୟାଚ ସମୟରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ମ୍ୟାନେଜର ସତବିର୍ ସିଂ ରେୟର, ଟିମ୍ ମ୍ୟାନେଜର ଆକାଶ ହିୟାଲ ଏବଂ କୋଚ୍ ବିଶାଳ ମାଲାକାର ଉପସ୍ଥିତ ରହି ଖେଳାଳି ମାନଙ୍କର ମନୋବଳକୁ ଦ୍ଵିଗୁଣିତ କରିଥିଲେ।

Leave A Reply

Your email address will not be published.

6 − three =