କେଣ୍ଟ : ଭାରତୀୟ ବାମହାତୀ ସିମ୍ ବୋଲର ଅର୍ଶଦୀପ ସିଂ ଆସନ୍ତା ଇଂଲିଶ କାଉଣ୍ଟି ସିଜନରେ ପ୍ରତିଭା ସମ୍ପନ୍ନ କେଣ୍ଟ୍ ତରଫରୁ ୫ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିବେ । ଏହାଦ୍ୱାରା ରେଡ୍ ବଲରେ ତାଙ୍କ ଦକ୍ଷତା ବୃଦ୍ଧି ପାଇବ । କାଉଣ୍ଟି ଚାମ୍ପିୟନଶିପ୍ ମ୍ୟାଚଗୁଡ଼ିକ ଜୁନ୍ ଓ ଜୁଲାଇରେ ଚାଲିବ । ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ ପରାମର୍ଶ କ୍ରମେ ଅର୍ଶଦୀପ କାଉଣ୍ଟି କ୍ରିକେଟ ଖେଳିବାକୁ ଯାଉଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ, ଅର୍ଶଦୀପ ଗତ ନଭେମ୍ବରରେ ନ୍ୟୁଜିଲାଣ୍ଡରେ ତାଙ୍କର ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ଇତିମଧ୍ୟରେ ସେ ଭାରତ ପାଇଁ ୨୯ ଅନ୍ତର୍ଜାତୀୟ ମ୍ୟାଚ ଖେଳି ସାରିଲେଣି । ଏବେ କେଣ୍ଟ ତରଫରୁ ଖେଳିବାରେ ସେ ଚତୁର୍ଥ ଭାରତୀୟ ହେବାକୁ ଯାଉଛନ୍ତି । ପୂର୍ବରୁ ଖେଳିଥିଲେ କନୱର ସମଶେର ସିଂ, ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ୍ ଥିବା ରାହୁଲ ଡ୍ରାଭିଡ୍ ଏବଂ ୨୦୨୨ରେ ନବଦୀପ ସଇନି ।