୩୨ ବର୍ଷ ବୟସରେ ପାଦ ଥାପିଲେ ବିରାଟ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ବିରାଟ୍‌ କୋହଲି ଗୁରୁବାର ୩୨ ବର୍ଷ ବୟସରେ ପାଦ ଥାପିଛନ୍ତି।  ଏହି ଅବସରରେ ତାଙ୍କୁ ବିଭିନ୍ନ ମହଲରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟିଛି। ସେ ନଭେମ୍ବର ୫ ତାରିଖ ୧୯୮୮ରେ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କୁ ମଧ୍ୟ କିଙ୍ଗ୍ କୋହଲି ବା ରନ୍ ମେଶିନ୍ କୋହଲି ନାମରେ ସମ୍ବୋଧିତ କରାଯାଇଥାଏ। କୋହଲି ଭାରତର ୨୦୧୧ ୱାର୍ଲ୍ଡ କପ୍ ଓ ୨୦୧୩ର ଚାମ୍ପିୟନ୍ସ ଟ୍ରଫି ବିଜେତା ଟିମରେ ସାମିଲ୍ ଥିଲେ। ୨୦୧୧ରେ ଭାରତୀୟ ଟେଷ୍ଟ ଟିମରେ ଡେବ୍ୟୁ କରିଥିବା କୋହଲିଙ୍କୁ କ୍ୟାରିୟରର ଆରମ୍ଭରୁ ହିଁ ଦିନିକିଆ ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନ୍ କୁହାଯାଉଥିଲା, କିନ୍ତୁ ସେ ଏହାକୁ ଭୁଲ୍ ପ୍ରମାଣିତ କରିଥିଲେ। ବିରାଟ୍ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ଭଳି ଦେଶରେ ଶତକ ମାରି ପ୍ରମାଣିତ କରିଥିଲେ ଯେ ସେ କୌଣସି ଗୋଟିଏ ନୁହେଁ ବରଂ ସବୁ ଫର୍ମାଟର କିଙ୍ଗ୍ ହେବାକୁ ଯାଉଛନ୍ତି।

Leave A Reply

Your email address will not be published.

2 × three =