ଅକ୍ଟୋବର ୧୨ରୁ ୧୯ ଯାଏ ଓଜେଇଇ

ଭୁବନେଶ୍ୱର: ଅକ୍ଟୋବର ୧୨ରୁ ୧୯ ତରିଖ ପର୍ଯ୍ୟନ୍ତ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଅନୁଷ୍ଠିତ ହେବ । ରାଜ୍ୟରେ ଥିବା
ସରକାରୀ, ଘରୋଇ ବିଶ୍ୱବିଦ୍ୟାଳୟ ଓ କଲେଜର ବି.ଟେକ୍ (ଜେଇଇ ମେନ୍ ବ୍ୟତୀତ), ବି.ଫାର୍ମା ଏମ୍ବିଏ, ଏମ୍ସିଏ, ଏମ୍.ଟେକ୍, ଏମ୍.ଟେକ୍ (ପାର୍ଟ ଟାଇମ୍), ଏମ୍.ଆର୍କିଟେକ୍, ଏମ୍.ପ୍ଲାନ୍, ଇଂଟିଗ୍ରେଟେଡ୍ ଏମ୍ବିଏ. ଲାଟେରାଲ ଏଂଟ୍ରି ବି.ଟେକ୍, ଲାଟେରାଲ ଏଂଟ୍ରି ବି.ଫାର୍ମା ପାଠ୍ୟକ୍ରମରେ ନାମଲେଖା ଲାଗି ଏହି ପ୍ରବେଶିକା ପରୀକ୍ଷା କରାଯିବା ସମସ୍ତ ପାଠ୍ୟକ୍ରମ ଲାଗି ଏଥରକ କମ୍ପ୍ୟୁଟର୍ ବେସ୍ଡ ଟେଷ୍ଟ (ସିବିଟି) ମୋଡ୍ରେ ପରୀକ୍ଷା ହେବ । ପ୍ରତିଦିନ ୩ଟି ସିଫ୍ଟରେ ପରୀକ୍ଷା କରାଯିବ ବୋଲି ଓଜେଇଇ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି । ଏଥିରେ ସ୍ପଷ୍ଟ କରାଯାଇଛି ଯେ ସିଫ୍ଟ ଅନୁଯାୟୀ ସମ୍ପୂର୍ଣ୍ଣ ପରୀକ୍ଷା ତାରିଖ ସମେତ ଆଡମିଟ୍ ଡାଉନ୍ଲୋଡ୍ ତାରିଖ, ରୋଲ ନମ୍ବର, ସିଫ୍ଟ ଓ ପରୀକ୍ଷା ସେଂଟର ସମ୍ପକିତ ସମସ୍ତ ତଥ୍ୟ ସେପ୍ଟେମ୍ବର ଶେଷ ସୁଦ୍ଧା www.ojee.nic.in/ www.odishajee.com ୱେବ୍ସାଇଟ୍ରେ ଉପଲବ୍ଧ ହେବା ସଦ୍ୟତମ ସୂଚନା ପାଇଁ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ନିୟମିତ ଭାବେ ଓଜେଇଇ ୱେବସାଇଟ୍ ଦେଖିବାକୁ ପରାମର୍ଶ ଦିଆଯାଇଛି । ସୂଚନାଯୋଗ୍ୟ ଯେ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରବେଶିକା ପରୀକ୍ଷା କୋଭିଡ-୧୯ ଯୋଗୁଁ ସ୍ଥଗିତ ରଖାଯାଇଥିଲା ।

Leave A Reply

Your email address will not be published.

sixteen − 9 =