ଅକ୍ଟୋବର ୯ ପର୍ଯ୍ୟନ୍ତ କଟକଣାରେ କୋର୍ଟକାର୍ଯ୍ୟ

କଟକ: କରୋନା ଭୂତାଣୁ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ପୂର୍ବଭଳି ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟ ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ କଟକଣା ଭିତରେ କାର୍ଯ୍ୟ କରିବ । ହାଇକୋର୍ଟ ପକ୍ଷରୁ ଏ ନେଇ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ କୋର୍ଟ ନେଇ ଅଗଷ୍ଟ ୨୧ରେ ଜାରି କରାଯାଇଥିବା ନିର୍ଦ୍ଦେଶନାମା ବଳବତର ରହିବ ବୋଲି ହାଇକୋର୍ଟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଛି । ଫଳରେ ପୂର୍ବଭଳି ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ମାଧ୍ୟମରେ ମାମଲା ଶୁଣାଣି ଜାରି ରହିବ । ଉଭୟ ପୁରୁଣା ଓ ନୂଆ ଜରୁରୀ ମାମଲା ଗୁଡ଼ିକର ଶୁଣାଣି କରାଯିବ । ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ ପ୍ରସଂଗରେ ଜରୁରୀ ସଂପର୍କିତ ସୂଚନା ଥିବା ମେମୋ ଇ-ଫାଇଲିଂ ମୋଡ୍/ଇ-ମେଲ୍/ଡ୍ରପ୍ ବକ୍ସ ମାଧ୍ୟମରେ ଡେପୁଟି ରେଜିଷ୍ଟ୍ରାର (କୁଡିସିଆଲ)ଙ୍କ ନିକଟରେ ଆଗୁଆ ଦାଖଲ ହେବ ଓ ଏ ନେଇ ଆଗୁଆ ପ୍ରତିପକ୍ଷଙ୍କୁ ଅବଗତ କରାଯିବ ବୋଲି ପୂର୍ବରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା । ଯଦି ଶୁଣାଣି ସମୟରେ ଆଇନଜୀବୀ ଅନୁପସ୍ଥିତ ରହୁନ୍ତି ତେବେ ମାମଲାରେ କୌଣସି ପ୍ରତିକୂଳ ନିଦେ୍ର୍ଧଶ ପ୍ରଦାନ କରାଯିବ ନାହିଁ । ଆଇନଜୀବୀ ଓ ପକ୍ଷମାନେ ଘରୁ କିମ୍ବା କାର୍ଯ୍ୟାଳୟରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣିରେ ଅଂଶଗ୍ରହଣ କରିବେ । ହାଇକୋର୍ଟ ପରିସରରେ ମାମଲା ଶୁଣାଣିରେ ଅଂଶ ଗ୍ରହଣ ପାଇଁ କୌଣସି ବ୍ୟବସ୍ଥା ଅନୁସାରେ ନୂଆ ମାମଲା ସହିତ (କାଉଂଟର ଆଫିଡେଭଟ୍) ବିଚାରାଧୀନ ମାମଲାରେ ଅନ୍ତରୀଣ ଆବେଦନ ଓ ଡକୁମେଂଟ ଦାଖଲ ଇ-ଫାଇଲିଂ ପୋର୍ଟଲ କିମ୍ବା ଇ-ମେଲ୍ ଦ୍ୱାରା କରାଯିବ । ବିକଳ୍ପ ଭାବେ ଯଦି ମାମଲା ଜରୁରୀ ଥାଏ ତେବେ ହାଇକୋର୍ଟ ପରିସରରେ ଥିବା ଡ୍ରପ୍ ବକ୍ସରେ ଏ ସଂପର୍କିତ ଆବେଦନ ଓ ଡକୁମେଂଟ ଦାଖଲ କରିହେବ । ଜରୁରୀ ପ୍ରସଂଗ ସଂପର୍କିତ ସୂଚନା ଏକ ମେମୋ ଆକାରରେ ଫାଇଲ ସହିତ ଦାଖଲ କରିବାକୁ ପଡିବ । ଦିନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ଡ୍ରପ୍ ବକ୍ସ ବ୍ୟବସ୍ଥା ରହିବ । ଏଥିସହିତ ରାଜ୍ୟର ସମସ୍ତ ସବ୍ଅଡିନେଟ୍ କୋର୍ଟ (ନିମ୍ନ ଅଦାଲତ) ଓ ଟ୍ରିବୁନାଲର କୋର୍ଟ କାର୍ଯ୍ୟ ମଧ୍ୟ ଅଗଷ୍ଟ ୨୧ର ନିଦେ୍ର୍ଧଶନାମା ଅନୁସାରେ ଚାଲିବ ବୋଲି ହାଇକୋର୍ଟ ପକ୍ଷରୁ ପ୍ରକାଶିତ ସାନି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ।

Leave A Reply

Your email address will not be published.

10 + 9 =