ଭୁବନେଶ୍ୱର : ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ୨୦୨୦ ଅଗଷ୍ଟ ମାସର ବିକ୍ରି ସଂଖ୍ୟା ଘୋଷଣା କରାଯାଇଛି । ଏହି ମାସରେ କଂପାନିର ମୋଟ ବିକ୍ରି ୪ ଲକ୍ଷ ୟୁନିଟ୍ରୁ ଅଧିକ ରହିଛି । ୨୦୨୦ ଅଗଷ୍ଟରେ ହୋଣ୍ଡା ୪୪୩,୯୬୯ ୟୁନିଟ୍ ଗାଡ଼ି ବିକ୍ରି କରିଛି । ସେଥି ମଧ୍ୟରୁ ଦେଶ ଭିତରେ ୪୨୮,୨୩୧ ୟୁନିଟ୍ ଗାଡ଼ି ବିକ୍ରି ହୋଇଥିବା ବେଳେ ୧୫,୭୩୮ଟି ଗାଡ଼ି ରପ୍ତାନି କରାଯାଇଛି । ପ୍ରଥମ ଥର ଲାଗି ୨୦୨୦-୨୧ ଆର୍ଥିକ ବର୍ଷରେ କଂପାନିର ବିକ୍ରି ୪ ଲକ୍ଷ ୟୁନିଟ୍ରୁ ଅଧିକ ରହିଛି ଓ କଂପାନି ବର୍ଷକୁ ବର୍ଷ ଭିତରେ ୧ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି । ସମସ୍ତ ଅଂଶୀଦାରଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ କଂପାନି ଏହାର ଉତ୍ପାଦନକୁ ବିଭିନ୍ନ ପାହାଚରେ ବୃଦ୍ଧି କରୁଥିବା ବେଳେ ହୋଣ୍ଡାର ବିକ୍ରି ୨୦୨୦ ଜୁଲାଇ ତୁଳନାରେ ଅଗଷ୍ଟ ମାସରେ ଉଲ୍ଲେଖନୀୟ ୩୮ ପ୍ରତିଶତ ବୃଦ୍ଧି ପାଇଛି । କ୍ରମାଗତ ତୃତୀୟ ମାସ ପାଇଁ ଦେଶ ଭିତରେ ହୋଣ୍ଡାର ବିକ୍ରି ୧ ଲକ୍ଷ ୟୁନିଟ୍ରୁ ଅଧିକ ରହିଛି । ୨୦୨୦ ଜୁନ୍ରେ ଏହା ୨.୦୨ ଲକ୍ଷ, ଜୁଲାଇରେ ୩.୦୯ ଲକ୍ଷ ଓ ଅଗଷ୍ଟରେ ୪.୨୮ ଲକ୍ଷ ୟୁନିଟ୍ ଗାଡ଼ି ବିକ୍ରି କରିଥିଲା । ଅଗଷ୍ଟ ମାସର ବିକ୍ରି ଧାରା ସମ୍ପର୍କରେ ଶ୍ରୀଯୁକ୍ତ ୟଦବିନ୍ଦର ସିଂହ ଗୁଲେରିଆ, ନିର୍ଦେଶକ-ବିକ୍ରି ଓ ମାର୍କେଟିଂ, ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କହିଛନ୍ତି ଯେ, ନ୍ତଅଗଷ୍ଟରେ ଆମର ୯୦ ପ୍ରତିଶତ ନେଟୱର୍କ କାରବାରକୁ ଫେରିଛନ୍ତି ଏବଂ ଗ୍ରାହକମାନଙ୍କ ତରଫରୁ ଅନୁସନ୍ଧାନ ବଢ଼ୁଥିବା ବେଳେ ଆମେ ସକାରାତ୍ମକ ଦିଗ ଦେଖିପାରୁଛୁ । ଉତ୍ପାଦନ କ୍ଷମତାର ବର୍ଦ୍ଧିତ ବ୍ୟବହାର ଓ ଉନ୍ନତ ଯୋଗାଣ ଯୋଗୁଁ ଚଳିତ ଆର୍ଥିକ ବର୍ଷରେ ପ୍ରଥମ ଥର ପାଇଁ ହୋଣ୍ଡାର ଘରୋଇ କ୍ଷେତ୍ରର ବିକ୍ରି ୪ ଲକ୍ଷରୁ ଅଧିକ ରହିଛି । ଉତ୍ସବ ଋତୁ ଆସୁଥିବାରୁ ଆମର ନୂଆ ମୋଟରସାଇକଲ୍ ହର୍ନେଟ୍ ୨.୦ ସହିତ ୧୪ଟି ମଡେଲ୍ର ଉତ୍ପାଦ ବର୍ଗ ଗ୍ରାହକଙ୍କୁ ଉତ୍ସାହିତ କରିବ ।”
୨୦୨୦ ଅଗଷ୍ଟ ମାସରେ ହୋଣ୍ଡା ୨ ହ୍ୱିଲର୍ସ ପକ୍ଷରୁ ୧୮୦-୨୦୦ ସିସି ବର୍ଗରେ ନୂଆ ମୋଟରସାଇକଲ୍ ହର୍ନେଟ୍ ୨.୦କୁ ଉନ୍ମୋଚନ କରାଯାଇଛି । ଏହାର ମୂଲ୍ୟ ୧,୨୬,୩୪୫ ଟଙ୍କା ରହିଛି । ୨୦୨୦ ସେପ୍ଟେମ୍ବର ରୁ ଏହା ଡିଲରସିପ୍ରେ ଉପଲବ୍ଧ ହେବା ଆରମ୍ଭ ହୋଇଛି । କଂପାନି ପକ୍ଷରୁ ଏହି ମାସରେ ବିଳାସପୁର, କୋରବା, ରାଜଗଡ଼, ଜାଂଜଗିରି, ମୁଙ୍ଗେଲ ଓ ମୋତିହାରିରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବର୍ତମାନ ସୁଦ୍ଧା ହୋଣ୍ଡା ପକ୍ଷରୁ ୩୬ ଲକ୍ଷ ଭାରତୀୟଙ୍କୁ ସଡ଼କ ସୁରକ୍ଷା ଉପରେ ସଚେତନ କରାଯାଇସାରିଲାଣି ।