ବାଲିଗୁଡ଼ା: କନ୍ଧମାଳ ଜିଲ୍ଳା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ବାଡ଼ାବାଙ୍ଗା ପଂଚାୟତ ରାଜନପାଙ୍ଗା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ନିଆଁ ଲାଗି ଜଣେ ମହିଳାଙ୍କ ମୃତ୍ୟୁ ଘଂଟିଥିବା ବେଳେ ତାଙ୍କ ସ୍ୱାମୀ ଗୁରୁତର ହୋଇଥିବ । ଜଣାପଡ଼ିଛି । ମୃତ ମହିଳା ଜଣକ ହେଲେ ରାଜନପାଙ୍ଗ । ଗ୍ରାମର ପ୍ରକାଶ ପ୍ରଧାନଙ୍କ ପତ୍ନୀ ଲିଚୁମା ପ୍ରଧାନ ଏବଂ ଗୁରୁତର ଆହତ ଜଣକ ହେଲେ ପ୍ରକାଶ ପ୍ରଧାନ । ସୁଚନା ମୁତାବକ ଘଟଣାଟି ଗତ ରାତି ପ୍ରାୟ ୧୧ଟା ସମୟରେ ରାଜନପାଙ୍ଗା ଗ୍ରାମର ପ୍ରକାଶ ପ୍ରଧାନଙ୍କ ପତ୍ନୀ ଲିଚୁମାଙ୍କ ଦେହରେ କୌରସି କରାଣରୁ ନିଆଁ ଲାଗିଯିବାରୁ କୌଣସି କାରଣରୁ ନିଆଁ ଲାଗିଯିବାକୁ ସ୍ୱାମୀ ପ୍ରକାଶ ସ୍ତ୍ରୀଙ୍କୁ ବଂଚାଇବାକୁ ଯାଇଥିଲେ ବୋଲି ସୂଚନା ମିଳିଛି । ଫଳରେ ସେ ମଧ୍ୟ ଗୁରୁତର ହୋଇଥିଲେ । ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ପ୍ରଥମେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିବା ବେଳେ ସ୍ତ୍ରୀ ଲିଚୁମାର ଶରୀର ଅଧିକାଂଶ ପୋଡି ଯାଇଥିବାରୁ କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଲିଚୁମାଙ୍କର ମୃତ୍ୟୁ ଘଟିଥିଲା ।