ଅଘୋଷିତ ବିଦ୍ୟୁତ କାଟକୁ ନେଇ ଅସନ୍ତୋଷ

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବିଦ୍ୟୁତ ଉପଖଣ୍ଡରେଏବେ ନୀତିଦିନ ବିନା ସୂଚନାରେ ବାରମ୍ବାର ବିଦ୍ୟୁତ କାଟ ଘଟଣା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି । କୌଣସି ପୂର୍ବ ସୂଚନା ନଥାଇ ପ୍ରତିଦିନ ସକାଳୁ ସନ୍ଧ୍ୟା ଭିତରେ ବାରମ୍ବାର ବିଦ୍ୟୁତ କାଟ ହେଉଥିବା ସମ୍ପର୍କରେ ବିଭାଗୀୟ ସହକାରୀ ଯନ୍ତ୍ରୀ ଙ୍କୁ ପଚାରିବାରେ କୌଣସି ସନ୍ତୋଷଜନକ ଉତ୍ତର ମିଳୁନାହିଁ । ବିଦ୍ୟୁତସେବା ଏବେ ଜନସାଧାରଣଙ୍କ ଜୀବନଯାତ୍ରା ଓ ଜୀବିକା ନିର୍ବାହ କ୍ଷେତ୍ରରେ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ବାରମ୍ବାର ବିଦ୍ୟୁତ କାଟ ଏବଂ ଲୋ ଭୋଲଟେଜହେବ ନାହିଁ ଏବଂ ଅନବରତ ବିଦ୍ୟୁତ ସେବା ଯୋଗାଇ ଦେବାପାଇଁ ସରକାର ଯୁକ୍ତି ଉପସ୍ଥାପନ କରିଥିଲେ । ବାସ୍ତବ କ୍ଷେତ୍ରରେ ସେବା ପାଇବା ପାଇଁ କେତେ ବିଭ୍ରାଟ, ଅସୁବିଧା ତାହା ଆଜିଦିନରେ ଉପଭୋକ୍ତାମାନେ ମର୍ମେ ମର୍ମେ ଅନୁଭବ କରୁଛନ୍ତି । ଗତ ଜୁନ ୧ ତାରିଖରୁ ବିଦ୍ୟୁତ ସେବାକୁ ଟାଟା ପାୱାରକୁ ହସ୍ତାନ୍ତର କରାଯାଇଛି । ଟାଟା ପାୱାର ଦାଇତ୍ୱ ନେବା ପରେ ବିଦ୍ୟୁତ ଉପଭୋକ୍ତାମାନେ ସେବା ପାଇବା କ୍ଷେତ୍ରରେ ମହାରଗରୁ ଯାଇ କାନ୍ତକ୍ଷରରେପଡିବା ଅବସ୍ଥା ସୃଷ୍ଟି ହୋଇଛି । ବର୍ତମାନ ବିଦ୍ୟୁତ ଶକ୍ତି ସଞ୍ଚୟ ପାଇଁ ବାରମ୍ବାର ବିଦ୍ୟୁତ କାଟ ହେଉଛି । ଏମିତି କୌଣସି ଦିନ ନାହିଁ କେଉଁଦିନ ସକାଳୁ ବିନା ସୂଚନାରେ ବେଗୁନିଆ ଉପଖଣ୍ଡ ଅଧିନସ୍ଥ ୪ ଟି ସେrନରେ ସକାଳୁ ରାତି ଭିତରେ ୧୦ଥର ବିଦ୍ୟୁତ କାଟ ହୋଇନାହିଁ । ଗ୍ରାମାଞ୍ଚଳର ଅବସ୍ଥା ନକହିବା ଭଲ । ଚାଷୀ ଠାରୁ ଆରମ୍ଭ କରି ବ୍ୟବସାୟୀ ପର୍ଯ୍ୟନ୍ତ, ସ୍କୁଲ ଠାରୁ ଆରମ୍ଭ କରି ଗ୍ରାମ୍ୟ ପାନୀୟ ଜଳଯୋଗାଣ ପର୍ଯ୍ୟନ୍ତ ସବୁସ୍ତରରେ ଜନସାଧରଣପ୍ରଭାବିତ । ଏବେ ଗ୍ରୀଷ୍ମର ପ୍ରକୋପ ବୃଦ୍ଧି ପାଉଥିବାବେଳେ ଏବଂ ବିଭିନ୍ନ ଜାଗାରେ ଲୋକମାନେ ପାଣି ପାଇଁ ଡହଳ ବିକଳ ହେଉଥିବା ବେଳେ ସକାଳୁ ସକାଳୁ ବିଦ୍ୟୁତ କାଟ ଜନସାଧାରଣଙ୍କ ପାଣି ସମସ୍ୟାକୁ ଦ୍ୱିଗୁଣିତ କରିଦେଉଛି । ବିଦ୍ୟୁତ ସେବାର ସ୍ୱେଚ୍ଛାଚାରିତକ୍ଷଓ ଗ୍ରାହକ ଶୋଷଣ ବନ୍ଦ କରିବା ପାଇଁ ଅବିଳମ୍ବେ ଟାଟା ପାୱାରକୁ ହଟାଇ ସରକାର ତୁରନ୍ତ ବିଦ୍ୟୁତ ବୋର୍ଡÿର ଘରୋଇକରଣ କୁ ବାତିଲ ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଇଛି କ୍ଷ ସରକାର କମ୍ପାନୀମାନଙ୍କ ସ୍ୱାର୍ଥରେ ଆଇନ ପ୍ରଣୟନ କରି ସାଧାରଣ ଉପଭୋକ୍ତାଙ୍କୁ ଆର୍ଥôକ ଶୋଷଣ ପାଇଁ ଯେଉଁ ଷଡଯନ୍ତ୍ର କରୁଛନ୍ତି ତା ବିରୁଦ୍ଧରେ ଆଗାମୀ ଦିନରେ ଦୁର୍ବାର ଆନେ୍ଦାଳନ ହେବ ବୋଲି ବିଭିନ୍ନ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.

14 − one =