ବ୍ରହ୍ମପୁର : କେତେ ଦୟନୀୟ ଆମ ସମାଜର ମାନସିକତା ନିଜ କର୍ତବ୍ୟ ତୁଲାଇବାକୁ ଯାଇ ଜଣେ କରୋନା ଯୋଦ୍ଧା ଅଙ୍ଗନବାଡି କର୍ମୀ ଯୁବକଙ୍କ ଆକ୍ରମଣର ଶିକାରା ହୋଇଛନ୍ତି । ତାଙ୍କ ଭୁଲ କେବଳ ଏତିକି ଥିଲାଯେ ଜଣେ ମହିଳା ଆକ୍ରାନ୍ତ ଚିହ୍ନଟ ହେବା ପରେ ତାଙ୍କ ଘର ସାମନାରେ ପୋଷ୍ଟର ଟିଏ ଲଗାଇଥିଲେ । ଯାହା ଫଳରେ ଉତ୍ୟକ୍ତ ହୋଇ କୃଷ୍ଣ ଗୌଡ ନାମରେ କରୋନା ଆକ୍ରାନ୍ତ ମହିଳାଙ୍କ ଯୁବକ ପୁଅ କେଉଁ କାରଣରୁ ମୋ ଘର ସାମନାରେ ପୋଷ୍ଟର ଲଗେଇଲୁ ବୋଲି କହିବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ । କୁକୁଡାହାଣ୍ଡି ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିନସ୍ଥ ଜୁଗୁଡୀ ଅଞ୍ଚଳର ଏକ ନମ୍ବର କେନ୍ଦ୍ରର ଅଙ୍ଗନବାଡି କର୍ମୀ ବାସନନ୍ତି ରାଉଳଙ୍କୁ ବିଚ ରାସ୍ତାରେ ମହିଳାଙ୍ଗ ଚୁଟୀ ଘୋଷାଡି ମହିଳାଙ୍କୁ ନିସ୍ତୁକ ମାଡ ମାରିଥିଲେ । ଏନେଇ କର୍ମୀ ଜଣଙ୍କ ଗୋଳନ୍ଥରା ଥାନାରେ ମାମଲା ରୁଜୁ କରିଛନ୍ତି । କରୋନା ଯୋଦ୍ଧାଙ୍କୁ ଆକ୍ରମଣ