ଜଗତସିଂହପୁର: ବଡ଼ଦିନ ଅବସରରେ ରାଷ୍ଟ୍ରନାୟକ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କର ଏକ ପ୍ରତିମୂର୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କର କମଳରେ ଉନ୍ମୋଚିତ ହୋଇଯାଇଛି । ଏହି ଉପଲକ୍ଷେ ଏକ ସାଧାରଣ ସଭାରେ କେନ୍ଦ୍ର ପେଟ୍ରୋଲିୟମ ପ୍ରାକୃତିକ ଗ୍ୟାସ ଓ ଇସ୍ତାତ ମନ୍ତ୍ରୀ ମାନ୍ୟବର ଧର୍ମେନ୍ଦ୍ର ପ୍ରଧାନ ଉଦ୍ବୋଧନ ଦେଇ କହିଲେ ଦେଶର ଦ୍ରୁତ ପ୍ରଗତୀ ପାଇଁ ଆମ ପ୍ରିୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ଭାଇ ମୋଦିଙ୍କ ସୁଶାସନ ଦିବସ ଅବସରରେ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ୧୮ ହଜାର କୋଟି ଟଙ୍କା ସାଧାରଣତଃ ୯ କୋଟି ଚାଷୀଙ୍କ ଖାତାକୁ ପଠାଇଦିଆଯିବା କଥା ମନ୍ତ୍ରୀ ଘୋଷଣା କରିଥିଲେ । ଏହି ସାଧାରଣ ସଭାରେ ଶ୍ରୀ ପ୍ରଧାନ କହିଲେ ଯେ, ୧୯୯୯ ମସିହା ମହାବତ୍ୟା ବେଳେ ଆମ ପୂର୍ବତନ ପ୍ରଧାନ ମନ୍ତ୍ରୀ ଅଟଳଜୀ ଓଡ଼ିଶାର ବାତ୍ୟା କ୍ଲିଷ୍ଟ ଜନସାଧାରଣ ପୁନ୍ନରବିନାଶ ଯୋଜନାକୁ ଆଗେଇ ନେଇଥିଲେ ଯାହା ଫଳରେ ବାତ୍ୟା ଅଂଚଳର ଉନ୍ନୟନ ପାଇଁ କେନ୍ଦ୍ରର ଶହ ଶହ କୋର୍ଟି ଅର୍ଥକୁ ରାଜ୍ୟରେ ଦୀର୍ଘ ୨୦ ବର୍ଷ ଧରି କ୍ଷମତା ସୀନ ବିଜେଡି ସରକାର ତାକୁ ଚଳୁ କରିଚାଲିଛନ୍ତି । ରାଜ୍ୟ ଦେଇଥିବା ୪୩ ଲକ୍ଷ ଚାଷୀଙ୍କ ନିମନ୍ତେ ଆମ କେନ୍ଦ୍ର ସରକାର ୧ ଲକ୍ଷ ୧୬ ହଜାର କୋଟି ଟଙ୍କା ଚାଷୀ ବିମା ପାଇଁ ଦେଇଛୁ । ସେଥି ମଧ୍ୟରୁ ଜଗତସିଂହପୁର ଜିଲ୍ଲାପାଇ ୭୮ କୋଟି ଟଙ୍କାରୁ ଉଦ୍ଧ୍ୱର୍ ଅର୍ଥ ଚାଷୀ ପାଇ ପାରିଛନ୍ତି । ଏହି ପରି ଅନେକ କେନ୍ଦ୍ରିୟ ଯୋଜନାର ଅର୍ଥକୁ ରାଜ୍ୟସରକାରଙ୍କ ୫ଟି ସଚିବଙ୍କ ଦ୍ୱାରା ହଡପଚାଲିଛି ବୋଲି ଶ୍ରୀ ପ୍ରଧାନ କହିଥିଳେ । ଏହି ସଭାରେ ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର ସଭାପତିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ପୃଥିରାଜ ହରିଚନ୍ଦନ, ବରିଷ୍ଠ ନେତା ବିଭୂପ୍ରସାଦ ତରାଇ, ବାଲିକୁଦା-ଏରସମା ବିଜେପିର ବରିଷ୍ଠ ନେତା ସଞ୍ଜୟ କୁମାର ମହାନ୍ତି, ଇଂ-ଶଶିକାନ୍ତ ପରିଡା, ବରିଷ୍ଠ ନେତା ସାରଦା ପ୍ରଧାନ, ତିର୍ତୋଲ ନେତା ରାଜକିଶୋର ବେହେରା, ବରିଷ୍ଠ ନେତା ପ୍ରତାପ ମିଶ୍ର, ଶିବବ୍ରତ ଦାସ, ମୋହିତ ମହାନ୍ତି, ଅମିତା ଦାସ, ତପନ ବେହେରା, ଜଧାଧାରୀ ସ୍ୱାଇଁ, ଦିଲ୍ଲିପ କୁମାର ରାଉଳ, ଟୁକୁନା ରାଉତ, ତପନ ଗୋଚ୍ଛାୟତ, ବୀର ବର ଦଳାଇ, ନାରାୟଣ ବାରିକ୍ ନିରଞ୍ଜନ ମହାନ୍ତି ଅଶ୍ୱିନ ସ୍ୱାଇ, ପ୍ରମୁଖ ବହୁ ବରିଷ୍ଠ ନେତା ଏଥିରେ ଅଂଶ ଗ୍ରହଣ କରିଥିଲେ । ଏହି ପରି କେନ୍ଦ୍ରମନଙ୍କ ଶ୍ରୀ ପ୍ରଧାନଙ୍କୁ ବାଲିକୁଦା-ଏରସମାର ବିଜେପି ନେତା ସଞ୍ଜୟ କୁମାର ମହାନ୍ତିଙ୍କ ପକ୍ଷରୁ କୋଠି ଛକ ନିକଟରେ ସମ୍ବର୍ଦ୍ଧିତ କରିବାର ଦେଖାଯାଇଥିଲା ।