ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧି

କଣାସ : ପ୍ରଥମ କରୋନା ଲହରିରେ କେନ୍ଦ୍ର ଓ ରାଜ୍ୟସରକାର କଡାକଡି ନିୟମ କରି ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ କରିବା ଯୋଗୁଁ ଗରିବ, ଦିନମଜୁରିଆ, ମଧ୍ୟବର୍ତ୍ତୀ ପରିବାର ମାନଙ୍କର ଆର୍ଥିକ ମାନଦଣ୍ଡ ଭାଙ୍ଗିପଡିଥିଲା । ପୁନଶ୍ଚ କରୋନାର ଦ୍ୱିତୀୟ ଲହରି ଲକ୍‌ଡାଉନ୍ ଗତ ୫ତାରିଖ ଠାରୁ ଓ ସଟ୍‌ଡାଉନ୍ ରାଜ୍ୟସରକାର ଲଗାଇବା ପରେ ଗରିବ, ଦିନମଜୁରିଆ ଓ ମଧ୍ୟବର୍ତ୍ତୀ ପରିବାରଙ୍କ ଆର୍ଥିକ ମାନଦଣ୍ଡ କହିଇଲେ ନ ସରେ । ତାହାସାଂଗକୁ ମୁନାଫାଖୋର ବେପାରୀମାନେ ଅତ୍ୟାବଶ୍ୟକ ସାମଗ୍ରୀ ଦରବଢାଇ ଦେଇଥିବାରୁ ଗରିବ ଲୋକମାନଙ୍କ କଥା କହିଲେ ନ ସରେ । ହଠାତ୍ ୧୦ରୁ ୧୨ଟଙ୍କାରେ ବିକ୍ରି ହେଉଥିବା ଆଳୁକୁ ମୁନାଫାଖୋର ବେପାରୀମାନେ ୨୫ରୁ ୩୦ଟଙ୍କାରେ ବିକ୍ରି କରୁଥିବା ବେଳେ ବାଇଗଣ, ଭେଣ୍ଡି, ପୋଟଳ, ଜହଁନି, କାକୁଡି, କଖାରୁ, ଟମାଟ, ଲଙ୍କା, ପିଆଜ ଅତ୍ୟାଧିକ ଦରରେ ବିକ୍ରି କରୁଥିବାରୁ ଗରିବଲୋକମାନେ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି । ତା ସାଙ୍ଗକୁ ଡାଲି, ଖାଇବା ତେଲେ, ଚିନି ଦରବୃଦ୍ଧି ହେତୁ ଖାଉଟିମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଛି । ଅତ୍ୟାବଶ୍ୟକୀୟ ସାମଗ୍ରୀ କଣାସ ଅଂଚଳରେ ଅତ୍ୟାଧିକ ଦରରେ ବିକ୍ରି ହେଉଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀମାନେ ନିରବ ରହୁଥିବାରୁ ମୁନାଫାଖୋର ବେପାରୀମାନଙ୍କର ଭୟ ଛାଡିଯାଇଛି ।

Leave A Reply

Your email address will not be published.

two × 1 =