ଅଦାଲତଙ୍କ ବିନା ଆଦେଶରେ ଗର୍ଭପାତ କରାଇପାରିବେ ଏସ୍ସିବିର ୩ଜଣିଆ ଡାକ୍ତରୀ ଦଳ

କଟକ : ଗର୍ଭବତୀ ହୋଇଥିବା ଏକ ନାବାଳିକାର ଗର୍ଭପାତ ଲାଗି ଆଜି ମାନ୍ୟବର ହାଇକୋର୍ଟ ଏସସିବିର ଏକ ୩ଜଣିଅ । ଡାକ୍ତର ଟିମ ଗଢିବାକୁ ନିଦେ୍ର୍ଧଶ ଦେଇଛନ୍ତି । ଯଦି ନାବାଳିକାର ଗର୍ଭପାତ ହେବା ଜରୁରୀ ବୋଲି ୩ଜଣିଆ ଟିମ ଅନୁଭବ କରିବେ ତେବେ ଅଦାଲତଙ୍କ ଆଦେଶକୁ ଅପେକ୍ଷା ନକରି ଗର୍ଭପାତ କରାଇପାରିବେ ବୋଲି ମାନ୍ୟବର ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି । ଏହି ଡାକ୍ତରୀ ଟିମ୍ ପୀଡିତାର ସ୍ୱାସ୍ଥ୍ୟବସ୍ଥା ଆଜି ସଂନ୍ଧା କିମ୍ବା ଆସନ୍ତାକାଲି ୧୨ଟା ମଧ୍ୟରେ ଅନୁଧ୍ୟାନ କରିବେ । ଯେହେତୁ ପୀଡିତା ଏବେ ୨୩ ସପ୍ତାହର ଗର୍ଭବତୀ ତେଣୁ ଏ ଦିଗରେ ଏସ୍ସିବି ଅଧୀକ୍ଷକ ତ୍ୱରିତ ପଦକ୍ଷେପ ଗ୍ରହଣ କରିବେ । ଆସନ୍ତା ୧୨ ତାରିଖ ଅପରାହ୍ନ ୨ଟାରେ ଏହି ମାମଲାର ଶୁଣାଣି ହେବ । ସେହିଦିନ ଏସ୍ସିବି କର୍ତ୍ତୃପକ୍ଷ ଅଦାଲତଙ୍କୁ ଏହି ଘଟଣାର ଅଗ୍ରଗତି ସଂକ୍ରାନ୍ତରେ ଅବଗତ କରିବେ । ହାଇକୋର୍ଟର ମୁଖ୍ୟ ବି·ରପତି ଜଷ୍ଟିସ୍ ଏସ୍. ମୁରଲୀଧର ଏବଂ ବି·ରପତି ଜଷ୍ଟିସ୍ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରି ଉପରୋକ୍ତ ନିଦେ୍ର୍ଧଶ ଦେଇଛନ୍ତି । ଆଜି ଏହି ମାମଲାର ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇନଥିଲେ ମଧ୍ୟ ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ହାଇକୋର୍ଟ ଏହାକୁ ଶୁଣାଣି କରିଥିଲେ । ଆବେଦନକାରୀ ତାଙ୍କ ୧୪ବର୍ଷ ଝିଅର ଗତ ମାର୍ଚ୍ଚ ୧୬ ତାରିଖରେ ଅଲଟ୍ରାସାଉଣ୍ଡ କରିବା ପରେ ସେ ଗର୍ଭବତୀ ଥିବା ଜଣାପଡିଥିଲା । ପ୍ରଥମେ ସେ ଏହି ଗର୍ଭକୁ ନଷ୍ଟ ପାଇଁ ପୁରୀ ହସ୍ପିଟାଲକୁ ଯାଇଥିଲେ । କିନ୍ତୁ ନାବାଳିକାଟି ୨୧ ସପ୍ତାହର ଗର୍ଭବତୀ ଥିବାରୁ ପୁରୀ ହସ୍ପିଟାଲ ମାର୍ଚ୍ଚ ୨୬ରେ ଏହାକୁ ଏସ୍ସିବିକୁ ପଠାଇ ଦେଇଥିଲା । ଯେହେତୁ ନାବାଳିକାଟି ଗର୍ଭଧାରଣ କରିବାକୁ ୨୦ସପ୍ତାହରୁ ଊର୍ଦ୍ଧ ସମୟ ହୋଇଯାଇଥିଲା ତେଣୁ ଗର୍ଭପାତ ଲାଗି ଅଦାଲତଙ୍କ ଅନୁମତିର ଆବଶ୍ୟକତା ଥିବାରୁ ଏସ୍ସିବି ଅଧୀକ୍ଷକଙ୍କ ପକ୍ଷରୁ ଡିଏମ୍ଇଟି(ସ୍ୱାସ୍ଥ୍ୟ ଶିକ୍ଷା ଏବଂ ତାଲିମ୍ ନିଦେ୍ର୍ଧଶକ)ଙ୍କୁ ଚିଠି ଲେଖାଯାଇଥିଲା । ଏହାପରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଆଜି ଏହି ମାମଲାର ଶୁଣାଣି କରି ଉପରୋକ୍ତ ନିଦେ୍ର୍ଧଶ ଦେଇଛନ୍ତି ।

Leave A Reply

Your email address will not be published.

11 + sixteen =