ଅଦିନିଆ ବର୍ଷା ପବନ : ଶହଶହ ଏକର ଧାନଫସଲ ନଷ୍ଟ

କଣାସ : ପୁରୀ ଜିଲ୍ଲାର ଚିଲିକା ଉପକୂଳରେ ଅବସ୍ଥାପିତ କଣାସ ବ୍ଲକର ·ଷୀମାନେ କ୍ରମାଗତ ଭାବେ ବନ୍ୟା, ମରୁଡି, ବାତ୍ୟା ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଧାନଫସଲ କ୍ଷତିଗ୍ରସ୍ତ ହେଉଥିବାରୁ ·ଷୀମାନଙ୍କର ଅଣ୍ଟା ଭାଙ୍ଗିପଡିଥିବା ବେଳେ ଚଳିତ ଖରାଟିଆ ଧାନ ·ଷ କରି ପରିବାର ପ୍ରତିପୋଷଣ କରିବା ପାଇଁ ଚାତକପରି ଚାହିଁ ରହିଥିବା ବେଳେ ଗତକାଲି ରାତ୍ରରେ ପ୍ରବଳ ବର୍ଷା ସାଂଗକୁ ପବନବହିବାରୁ ଧାନଜମିରେ କଟାହୋଇପଡିଥିବା ପାଚିଲା ଧାନ ସଡୁଥିବା ବେଳେ ଅନେକ ଗ୍ରାମପଞ୍ଚାୟତରେ ଖରାଟିଆ ଧାନ କ୍ଷୀର ନେଉଥିବାରୁ ପ୍ରବଲ ପବନ ଯୋଗୁଁ ଗଛଗୁଡିକ ମାଟିରେ ମିଶିଯାଇଛି । ମାଟିରେ ମିଶି ଯାଇଥିବାରୁ ·ଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି । ତ୍ରିଲୋଚନପୁର, କଣାସ, ସିରେଇ, ଗଡସାହି, ବିନ୍ଧଣ, ବିଜିପୁର, ଅଣ୍ଡାରସିଂହ, ଖଣ୍ଡହତା, ବଡାସ, ଦୋକନ୍ଦା, ପାଣ୍ଡାକେରା ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମର ଧାନଜମିରେ ହୋଇଥିବା ଖରାଟିଆ ଧାନ ବର୍ତ୍ତମାନ କ୍ଷୀର ନେଉଥିବା ବେଳେ ପବନ ଯୋଗୁଁ ସେଗୁଡିକ ଧାନଜମିରେ ମିଶିଯାଇଥିବାରୁ ·ଷୀମାନଙ୍କ ମୁଣ୍ଡରେ ବଜ୍ର ପଡିଛି । ସେହିପରି ଆଳିବାଡ, ଯାମଳଗୋଦା, ଗଡିଶାଗୋଦା, ଗୋପିନାଥପୁର, କାଦୁଆ, ବଡାଲ, ସାହୁପଡା, ଦେଇପୁର, ଗଡଖାରଦ, ଦିବ୍ୟସିଂହପୁର, ବକୁ ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମରେ ପାଚିଲା ଧାନ କଟା ହୋଇ ବିଲରେ ପଡିଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ତାହା ବିଲରେ ଭାସୁଛି । ଗଜା ହେବାର ଅଧିକ ସମ୍ଭାବନା ଥିବାରୁ ·ଷୀମାନେ ବିଭିନ୍ନ ବ୍ୟାଙ୍କ, ସମବାୟସମିତି, ଗାଁ ମହାଜନଙ୍କ ଠାରୁ କରଜ ଆଣି ଧାନ କରିଥିବାରୁ କିପରି କରଜ ସୁଝିବେ ମୁଣ୍ଡରେ ହାତଦେଇ ବସିଛନ୍ତି । ତରନ୍ତ କ୍ଷୟକ୍ଷତି ଆକଳନ କରି ·ଷୀମାନଙ୍କୁ ସହାୟତା ଯୋଗାଇଦେବା ପାଇଁ ·ଷୀମାନେ ଦାବିକରିଛନ୍ତି ।

Leave A Reply

Your email address will not be published.

five × three =