ସୁନ୍ଦରଗଡ : ସୁନ୍ଦରଗଡ଼ରେ କୋଭିଡ ସଂକ୍ରମଣ ଉଦବେଗଜନକ ଭାବେ ବଢ଼ିଚାଲିଛି । ସ୍କୁଲରେ ପ୍ରଥମରୁ ନ୍ୱମ ଯାଏ ଅଫଲାଇନ୍ ପାଠ ପଢା ବନ୍ଦ ରହିଛି । କରୋନା ସଂକ୍ରମଣକୁ ରୋକିବାକୁ ସୋମବାର ଜିଲ୍ଲାପାଳ ସମସ୍ତ ସରକାରୀ ଅଫିସରେ ସାଧାରଣ ଲୋକଙ୍କ ପ୍େର୍ୱଶକୁ ବାରଣ କରିଛନ୍ତି । ଏସ୍ୱୁ ଭିତରେ ମହାବିଦ୍ୟାଳମାନଙ୍କ?ରେ ୍ୱୁଧବାରଠାରୁ ହ୍ୱୋକୁ ଥିବା ପରୀକ୍ଷା ପାଇଁ ପ୍ରସ୍ତୁତ ଚାଲିଛି । ଆଜି ସମ୍ବଲପୁର ୍ୱିଶ୍ୱବିଦ୍ୟାଳୟ ଅନ୍ତର୍ଗତ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ଓ ମହିଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅନଲାଇନ ପରୀକ୍ଷା ଦାବି ନେଇ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । କୋଭିଡ ସଂକ୍ରମଣ ବୃଦ୍ଧିକୁ ଆଖିରେ ରଖି ଏହି ଦାବି କରାଯାଇଛି । ଆଜି ପୂର୍ବାହ୍ନରେ ଶହଶହ ଛାତ୍ରଛାତ୍ରୀ ସ୍ଥାନୀୟ ଡିଆରଡିଏ ଛକରୁ ରାଲିରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ ଓ ସେଠାରେ ଧାରଣା ଦେଇଥିଲେ ।