ଅନୁଗୋଳରେ ପୁଣି ୭ କରୋନା ଆକ୍ରାନ୍ତ

ଅନୁଗୋଳ : ଅ୍ରାଜି ଅନୁଗୋଳ ଜିଲ୍ଲାରୁ ୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନୁଗୋଳ ବ୍ଳକ ଅଞ୍ଚଳରୁ ୨ଜଣ, ଅନୁଗୋଳ ପୌରାଞ୍ଚଳ, ବଅଁରପାଳ ବ୍ଲକ, ତାଳଚେର ବ୍ଲକ, ଛେଣ୍ଡିପଦା ବ୍ଲକ ଓ କଣିହା ସ୍ଥିତ ଏକ ଶିଳ୍ପାଞ୍ଚଳରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନୁଗୋଳ ବ୍ଲକ ଅଞ୍ଚଳର ୩୪ ଓ ୨୭ ବର୍ଷିୟ ପୁରୁଷ ଆକ୍ରାନ୍ତଙ୍କ ସଂସ୍ପର୍ସରେ ଆସିଥିବାରୁ ସଂକ୍ରମିତ ହୋଇଛନ୍ତି । ଅନୁଗୋଳ ପୌରାଞ୍ଚଳରୁ ଜଣେ ୪୯ବର୍ଷିୟ ପୁରୁଷ କେରଳରୁ ଫେରି ପେଡ କ୍ୱାରେନଟାଂଇନରେ ଥିବା ବେଳେ ଆଜି ତାଙ୍କର ପଜିଟିଭ ଆସିଛି । ବଅଁରପାଳ ଅଞ୍ଚଳର ଜଣେ ୨୨ ବର୍ଷିୟ ପୁରୁଷ ସାମାନ୍ୟ ଲକ୍ଷଣ ଥାଇ ସ୍ୱାବ ପରୀକ୍ଷା କରିବାରୁ ପଜିଟିଭ ଜଣାପଡିଛି । ତାଳଚେର ବ୍ଲକ ଅଞ୍ଚଳର ୫୨ ବର୍ଷିୟ ପୁରୁଷ ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ସରେ ଆସି ସଂକ୍ରମିତ ହୋଇଛନ୍ତି । ଛେଣ୍ଡିପଦା ଅଞ୍ଚଳର ଏକ ଅସ୍ଥାୟୀ ମେଡିକାଲ ଶିବିରରେ ସଂଗରୋଧରେ ଥିବା ଗଂଜାମ ଫେରନ୍ତା ୨୩ ବର୍ଷିୟ ପୁରୁଷ ପଜିଟିଭ ହୋଇଥିବା ଜଣା ପଡିଛି । ସେହିପରି କଣିହା ସ୍ଥିତ ଏକ ଶିଳ୍ପାଞ୍ଚଳରୁ ଜଣେ ୨୬ ବର୍ଷିୟ ମହିଳା ଭଦ୍ରକରୁ ଫେରି ପଜିଟିଭ ହୋଇଥିବା ଜଣା ପଡିଛି । ଏହି ପଜିଟିଭଙ୍କୁ ଆଜି ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନନ୍ତରଣ କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଏହି ୭ଜଣ ପଜିଟିଭଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୨ରେ ପହଞ୍ଚିଲା ।

Leave A Reply

Your email address will not be published.

11 + five =