ଅନୁଗୋଳ : ଏଲଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟ କାର୍ଯ୍ୟକ୍ଷମ ହେବ କେବେ?

ବଅଁରପାଳ: ବଅଁରପାଳ ନାଲକୋ, ଅନୁଗୋଳ ପ୍ରକଳ୍ପରେ ଜମିହରାଇଥିବା ତଥା ନାଲକୋ ପ୍ରକଳ୍ପରେ ସିଧାସଳଖ କ୍ଷତିଗ୍ରସ୍ତ ନହୋଇଥିବା ଆଖପାଖରେ ପ୍ରଜାମାନଙ୍କ ସ୍ୱାସ୍ଥ୍ୟଗତ ହିତକୁ ଦୃଷ୍ଟି ଦେଇ ନାଲକୋ ସିଏସଆର ଫଣ୍ଡରୁ ୨୪ କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ଚକ୍ଷୁଚିକିତ୍ସାଳୟ ନିର୍ମାଣ କରାଯାଇଛି । ଉକ୍ତ ଚିକିତ୍ସାଳୟକୁ ଦୃତ ଗତିରେ ନିର୍ମାଣ କରାଯାଇଥିଲା । ତାହାକୁ ତା ୧୭/୦୨/୨୦୧୯ରିଖ ରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ, ଭାରତ ସରକାର ମାନ୍ୟବର ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ, ନାଲକୋର ତକ୍ରାଳୀନ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଓ ଏଲ.ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟର ନିର୍ଦେଶକ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଉକ୍ତ ଚକ୍ଷୁ ଚିକିତ୍ସାଳୟକୁ ସର୍ବଜନିନ ଚିିକିତ୍ସା ନିମନ୍ତେ ଉଶ୍ଚର୍ଗୀକୃତ କରାଯାଇଥିଲା । ସେହି ଚିକିତ୍ସାଳୟରେ ଧନୀଙ୍କ ଠାରୁ ଗରିବ ପର୍ଯ୍ୟନ୍ତ ସମସ୍ତ ବର୍ଗର ପ୍ରଜା ସ୍ୱଳ୍ପ ମୂଲ୍ୟରେ ଉଚ୍ଚମାନର ଚିକିତ୍ସା ସେବା ଲାଭ କରିପାରିବେ ବୋଲି ଘୋଷଣା କରାଯାଇଥିଲା । ଚକ୍ଷୁଚିକିତ୍ସାଳୟଟି ପ୍ରାୟ ୧ ବର୍ଷ ହେବ ଉଦଘାଟିତ ହୋଇ ବନ୍ଦ ହୋଇ ପଡିରହିଛି । ଚିକିତ୍ସାଳୟର ଫାଟକରେ ତାଲା ଝୁଲୁଛି । ଏପରି ସ୍ଥଳେ ରୋଗୀମାନେ ଚିକିତ୍ସାସେବା ପାଇବେ କିପରି?ନାଲକୋ ସାମାଜିକ ଦାୟୀତ୍ୱ ବୋଧ ପାଂଠିରୁ ଖର୍ଚ୍ଚ ହୋଇଥିବା ଟଙ୍କା ପାରିରେ ପଡିଯିବନିତ? ଏମିତି ଅନେକ ଆଶଙ୍କା ଓ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏଲ.ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ଜୋନ ନଂ ୨୮, ମହୀଧରପୁର ମଣ୍ଡଳର ବିଜେପି ଉପସଭାପତି ଲିଖିତ ପତ୍ର ମାଧ୍ୟମରେ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକସ୍ରଣ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ । ଚିକିତ୍ସାଳୟ କାର୍ଯ୍ୟକ୍ଷମ ନ ହେବାର କାରଣ କଣ ବୋଲି ସାଧାରଣରେ ନାନା କଳ୍ପନା ଜଳ୍ପନା ସୃଷ୍ଟି ହୋଇଛି ।

Leave A Reply

Your email address will not be published.

15 − two =