ଅନୁଗୋଳ ଜିଲ୍ଲାରୁ ୨୧ କରୋନା ପଜିଟିଭ ଚିହ୍ନଟ, ଆଉ ଜଣେ ମୃତ

ଅନୁଗୋଳ: ଅନୁଗୋଳ ଜିଲ୍ଲାରୁ ୨୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୨୧ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ତାଳଚେର ବ୍ଲକ ଅଂଚଳରୁ ସର୍ବାଧିକ ୧୦ଜଣ, ବଅଁରପାଳ ବ୍ଲକ ଅଂଚଳରୁ ୯ ଜଣ, କଣିହାଁ ବ୍ଳକ ଅଂଚଳରୁ ଜଣେ ଓ ଅନୁଗୋଳ ବ୍ଳକ ଅଂଚଳରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଳଚେର ବ୍ଲକ ଅଂଚଳରୁ ଚିହ୍ନଟ ହୋଇଥିବା ୧୦ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୪ଜଣ ମହିଳା ବୟସ ଯଥାକ୍ରମେ ୨୮, ୪୫, ୪୯ ଓ ୭୫ ହୋଇଥବବା ବେଳେ ୬ଜଣ ପୁରୁଷ ୨୩, ୨୬, ୨୬, ୨୭, ୩୦ଓ ୬୫ ଅଟେ । ଏମାନଙ୍କ ମଧ୍ୟରେ ୨୭ ଓ ୩୦ ବର୍ଷିୟ ୨ଜଣ ପୁରୁଷ ତାଳଚେର ସ୍ଥିତ ଏକ ସଂସ୍ଥାରେ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ ପଜିଟିଭ ବାହାରିଥିଲା । ୨୩ ଓ ୫୬ ବର୍ଷୀୟ ୨ଜଣ ପୁରୁଷ ୭୫ ଓ ୪୫ ବଷିୟ ୨ଜଣ ମହିଳା ଗୋଟିଏ ପରିବାରର ଅଟନ୍ତି ଏବଂ ସେମାରେ କିଛିଦିନ ତଳେ କଟକର ବଡମ୍ବାରୁ ଫେରିଥିଲେ । ୨୮ ବର୍ଷିୟ ବହିଳା ପୂନେରୁ ଫେରିଥିବା ବେଳେ ୨୬ ବର୍ଷିୟ ଜଣେ ପୁରୁଷ ରାଜସ୍ଥାନରୁ ଫେରିଥିଲେ । ସେହିପରି ୪୯ ବର୍ଷିୟ ମହିଳା ଓ ୨୬ ବର୍ଷିୟ ପୁରୁଷ ତରମିଲନାଡୁରୁ ଫେରି ହୋମକ୍ୱାରେନଟାଇନରେ ଥିଲେ । ବଅାଁପଳେ ବ୍ଳକ ଅଂଚଳର ଏକ ଅସ୍ଥାୟୀ ମେଡିକାଲ ଶିବିରରୁ ଚିହ୍ନଟ ହୋଇଥିବା ୮ଜଣଙ୍କ ମଧ୍ୟରୁ ୭ଜଣ ପୁରୁଷ ଯାହାଙ୍କ ବୟଷ ୨୦, ୨୩, ୨୪, ୨୫, ୩୨, ୪୬, ଓ ୭୪ ବର୍ଷ ହୋଇଥିବା ବେଳେ ଜଣେ ମହିଳାଙ୍କର ବୟସ ୭୩ ବର୍ଷ ଅଟେ । ଏମାନଙ୍କ ମଧ୍ୟରୁ ୪୬, ୨୫ ଓ ୨୦ ବର୍ଷିୟ ପୁରୁଷ ଆନ୍ଧ୍ରପ୍ରଦେଶରୁ ଫେରିଥିବା ବେଳେ ।୨୩ ଓ ୨୪ ବର୍ଷିୟ ପୁରୁଷ କର୍ଣ୍ଣାଟକରୁ ଫେରିଥିଲେ । ସେହିପରି ଜଣେ ୩୨ ବର୍ଷିୟ ପୁରୁଷ ମଧ୍ୟପ୍ରଦେଶରୁ ଫେରିଥିବାବେଳେ ୭୪ ବର୍ଷିୟ ଜଣେ ପୁରୁଷ ଓ ୭୩ ବର୍ଷିୟା ଜଣେ ମହିଳା ଗୟା(ବିହାର)ରୁ ଫେରିଥିଲେ । ଏହି ବ୍ଲକ ଅଂଚଳର ୯ମ ଆକ୍ରାନ୍ତ ଜଣଙ୍କ ଜଣେ ୬୩ ବର୍ଷିୟ ପୁରୁଷ ଗତକାଲି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ପଜିଟିଭ ଜଣା ପଡିଥିଲା । ତାଙ୍କୁ ଅଧ୍ଚଳ ଚିକିତ୍ସା ନିମନ୍ତେ ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ କଟକକୁ ସ୍ଥାନାନ୍ତରଣ କରାଯାଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ସେହିପରି କଣିହାଁ ବ୍ଲକ ଅଂଚଳରୁ ଜଣେ ୩୬ ବର୍ଷିୟ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ସରେ ଆସି ପଜିଟିଭ ହୋଇଛନ୍ତି । ଅନୁଗୋଳ ବ୍ଲ କଅଂଚଳର ଜଣେ ୩୨ବର୍ଷିୟ ପୁରୁଷ କଟକ ସ୍ଥିତ ୠଳ ଘରୋଇ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୨୧ ଜଣଙ୍କ ମଧ୍ୟରେ ଜଣେ ମୃତ୍ୟୁ ମରଣ କରିଥିବା ବେଳେ ଆଉଜଣେ କଟକର ଘରୋଇ ହସପିଟାଲରେ ଚିକିତ୍ସାଧିନ ଅଛନ୍ତି । ଅନ୍ୟ ୧୯ ଜଣ ଆକ୍ରାନ୍ତଙ୍କୁ ଆଜି ତାଳଚେର କୋଭିଡ ହସପିଟାଲକୁ ସ୍ଥାନାନ୍ତିରଣ କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଏହି ୨୧ ଜଣଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩୬ରେ ପହଂଚିଲା । ଇତି ମଧ୍ୟରେ ୪ଜଣ ସୁସ୍ଥ ହୋଇ କୋଭିଡ କେୟାର ସେଂଟରକୁ ନିରିକ୍ଷଣ ନିମନ୍ତେ ଯାଇଛନ୍ତି । ପୁର୍ବରୁ ସୁସ୍ଥହୋଇଥିବା ୨୧୬ ଜଣଙ୍କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୨୨୦ରେ ପହଂଚିଲା ।

Leave A Reply

Your email address will not be published.

20 − 15 =