ଅନ୍‌ଲାଇନ୍‌ରେ ମଦ

ଭୁବନେଶ୍ବର: ରବିବାର ଠାରୁ ଅନ୍‌ଲାଇନ୍‌ରେ ମିଳିବ ମଦ। ଦୋକାନରେ ମଦ ବିକ୍ରି ପାଇଁ ଅନୁମତି ମିଳିବ ନାହିଁ । ତେବେ ଅନ୍‌ଲାଇନ୍‌ରେ ଗ୍ରାହକଙ୍କୁ ପୂର୍ବାପେକ୍ଷା ଦେଢ଼ ଗୁଣାରୁ ଅଧିକ ମୂଲ୍ୟ ଦେବାକୁ ହେବ। ସବୁ ପ୍ରକାର ବିଦେଶୀ ମଦ ଓ ବିୟର୍ ଉପରେ ଓଡ଼ିଶା ସରକାର ’ସ୍ପେଶାଲ କୋଭିଡ୍ ଫି’ ଲାଗୁ କରିଥିବାରୁ ମଦର ଏମ୍‌ଆରପି (ସର୍ବାଧିକ ପାଇକାରୀ ମୂଲ୍ୟ) ୨୦୧୯-୨୦ ଉପରେ ୫୦ ପ୍ରତିଶତ ଅଧିକ ଅର୍ଥ ଲାଗୁ ହେବ। ଏହା ବ୍ୟତୀତ ହୋମ୍ ଡେଲିଭରି ବାବଦରେ ମଧ୍ୟ ଗ୍ରାହକଙ୍କୁ ୧୦୦ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ଅଧିକ ଅର୍ଥ ବ୍ୟୟ କରିବାକୁ ହେବ। ସକାଳ ୭ଟାରୁ ସଂଧ୍ୟା ୬ଟା ମଧ୍ୟରେ ମଦର ହୋମ୍ ଡେଲିଭରି କରାଯାଇପାରିବ।

Leave A Reply

Your email address will not be published.

2 × 5 =