ଅବସରପ୍ରାପ୍ତ କର୍ମଚାରୀଙ୍କ ନିଯୁକ୍ତିକୁ ବିରୋଧ

ଭୁବନେଶ୍ୱର: ଓଡ଼ିଶା ସରକାର ଆଗାମୀ ଦୁଇବର୍ଷ ପାଇଁ କୌଣସି ନୂଆ ପଦବୀ ସୃଷ୍ଟି ନକରିବାକୁ ନିଷ୍ପତି ଗ୍ରହଣ କରିଥିବା ବେଳେ ୧୦ ଜଣ ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀଙ୍କୁ ପୁନଃ ନିଯୁକ୍ତି ଦେଇଛନ୍ତି । ଏହି ୧୦ଜଣ ଅଧିକାରୀଙ୍କ ମଧ୍ୟରୁ ୯ଜଣ କେବଳ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ନିଯୁକ୍ତି ପାଇଛନ୍ତି । ଓଡ଼ିଶାରେ ବର୍ତମାନ ସୁଦ୍ଧା ୪୫ଲକ୍ଷରୁ ଉଦ୍ଧ୍ୱର୍ ରେଜିଷ୍ଟ୍ରିଭୁକ୍ତ ବେକାର ଯୁବକଯୁବତୀ ଅଛନ୍ତି । ଅନେକ ସ୍କୁଲରେ ଛାତ୍ରଛାତ୍ରୀଙ୍କ ତୁଳନାରେ ଶିକ୍ଷକଶିକ୍ଷୟତ୍ରୀ ନାହାଁନ୍ତି, ଅନେକ ଥାନାରେ ମଧ୍ୟ ବହୁ କମ କର୍ମଚାରୀରେ ଥାନା ଚାଲିଛି । ବନବିଭାଗ ଓ ଅନ୍ୟ ଯେକୌଣସୀ ବିଭାଗରେ ମଧ୍ୟ ଏହି ଅବସ୍ଥା । ରାଜ୍ୟ ବାହାରେ କାମ କରୁଥିବା ପ୍ରାୟ ୧୦ଲକ୍ଷ ପ୍ରବାସୀ କରୋନା ପାଇଁ ଓଡ଼ିଶା ଫେରିଆସିଛନ୍ତି । ଏଭଳି ପରିସ୍ଥିତିରେ ଯୁବକଯୁବତୀ ମାନଙ୍କର ନିଯୁକ୍ତି ବନ୍ଦ କରିବା ଏକ ଅପରିଣାମ ପଦକ୍ଷେପ ବୋଲି ଅଭିହିତ କରିଛନ୍ତି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ।

Leave A Reply

Your email address will not be published.

nineteen − 10 =