ଅଭିଯୁକ୍ତଙ୍କୁ ଗିରଫ କଲାବେଳେ ସତର୍କ ରୁହ:ଡିଜି

କଟକ: କରୋନା ସମୟରେ ଅଭିଯୁକ୍ତଙ୍କ ଗିରଫଦାରୀ ପୋଲିସ ପାଇଁ ଚିନ୍ତା ବଢ଼ାଇ ଦେଇଛି । ଗିରଫ ହେଉଥିବା କେତେକ ଅଭିଯୁକ୍ତ କରୋନା ପଜିଟିଭ ଚିହ୍ନଟ ହେଉଥିବାରୁ କିଭଳି ସତର୍କତା ପାଳନ କରାଯିବ, ସେ ସମ୍ପର୍କରେ ପୋଲିସ ଡିଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ । କଟକ ଓ ରାଉରକେଲା ରେଳବାଇ ଏସ୍ପି ସହିତ ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ରାଜ୍ୟରେ ଜଣେ ପୋଲିସ କର୍ମଚାରୀ କିମ୍ବା ଅଧିକାରୀ କରୋନା ପଜିଟିଭ ଚିହ୍ନଟ ହେଲେ କି ପ୍ରକାର ପଦକ୍ଷେପ ଜିଲ୍ଳା ପୋଲିସ ଗ୍ରହଣ କରିବ, ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ସାମ୍ପ୍ରତିକ ପରିସ୍ଥିତରେ ଅଭିଯୁକ୍ତଙ୍କ ଗିରଫ, ରିମାଣ୍ଡ ଓ ହାଜତ ପାଇଁ ଆଚରଣ ବ୍ୟବସ୍ଥା କିପରି କରାଯିବ, ସେ ନେଇ ଅନୁଧ୍ୟାନ କରାଯାଇଥିଲା । ପୁରୀ କୁମ୍ଭାରପଡ଼ା ଥାନା ଭୁବନେଶ୍ୱର କ୍ୟାପିଟାଲ ଥାନା ଏବଂ କଟକର ଚାଉଳିଆଗଞ୍ଜ ଥାନା ଏବଂ ବାରଙ୍ଗ ଥାନା ପୋଲିସ ଅଭିଯୁକ୍ତକୁ ଗିରଫ ପରେ କରୋନା ପଜିଟିଭ ଜଣାପଡ଼ିବାରୁ ପୋଲିସ ପାଇଁ ଚିନ୍ତା ବଢ଼ିଯାଇଛି । ସେ ପ୍ରଂସଗରେ ଡିଜି ଆଲୋଚନା କରିଥିଲେ । ଏହାବ୍ୟତୀତ ମହିଳାଙ୍କ କ୍ଷେତ୍ରରେ ଘଟୁଥିବା ଅପରାଧ କ୍ଷେତ୍ରରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ଡିଜି ନିର୍ଦେଶ ଦେଇଥିବା ଜଣାପଡ଼ିଛି । ଏହି ବୈଠକରେ ଡିଜି ଅଭୟଙ୍କ ସମେତ ଏଡିଜି ରେଳବାଇ, ପୋଲିସ କମିଶନର ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

3 × 2 =