ଅଭିଯୁକ୍ତର ହେବନି ନାର୍କୋ ଟେଷ୍ଟ


ନୟାଗଡ: ବହୁ ଚର୍ଚ୍ଚିତ ନୟାଗଡ ଜିଲ୍ଲାର ଯଦୁପୁର ଗ୍ରାମର ୫ ବର୍ଷିୟା ନାଁ ବାଳିକା ପରୀ ହତ୍ୟାକାଣ୍ଡର ଅଭିଯୁକ୍ତ ନାବାଳକର ନାର୍କୋ ଟେଷ୍ଟ ହେବ ନାହିଁ । ତେବେ ନାର୍କୋ ଟେଷ୍ଟ ପାଇଁ ଅଭିଯୁକ୍ତ ନାବାଳକ ରାଜି ହୋଇନଥିବାରୁ ନୟାଗଡ ଜୁଭେନାଇଲି ଜଷ୍ଟିସ୍ ବୋର୍ଡ ଅନୁମତି ଦେଇନାହାଁନ୍ତି । ଫଳରେ ପରୀ ହତ୍ୟା କାଣ୍ଡ ଘଟଣାର ତଦନ୍ତ କରୁଥିବା ଏସଆଇଟି ପାଇଁ ଆଉ ଏକ ଝଟକା ହୋଇଛି ।
ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ନାବାଳକର ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ଆବେଦନ କରିଥିଲା ଏସଆଇଟି । ନାବାଳକକୁ ପୁଣି ଅନୁଗୁଳ ବାଳ ସୁଧାର ଗୃହରେ ପଠାଇ ଦିଆଯାଇଛି । ଆଜି ଜୁଭେଇନାଲ ଜଷ୍ଟିସ ବୋର୍ଡରେ ପରୀ ମୃତୁ ମାମଲାର ମୁଖ୍ୟ ଅଭିଯୁକ୍ତ ନାବାଳକ ହାଜର କରାଯାଇଥିଲା । ଅଦାଲତରେ ଜୁଭେନାଇଲନ୍ ଜଷ୍ଟିସ୍ ବୋର୍ଡ ପକ୍ଷରୁ ନାବାଳକ ଅଭିଯୁକ୍ତଙ୍କୁ ଟେଷ୍ଟ ଲାଗି ସହମତି ଦେବାକୁ ପଚରା ଯାଇଥିଲା । ମାତ୍ର ଅଭିଯୁକ୍ତ ଲିଖିତ ଭାବେ ତାଙ୍କର ଅସହମତି ପ୍ରକାଶ କରିଥିଲେ । ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟ ଗାଇଡଲାଇନ୍ ଅନୁସାରେ ଜଣେ ବ୍ୟକ୍ତିଙ୍କର ସହମତି ବିନା ତାଙ୍କର ନାର୍କୋ ଆନାଲିସିସ୍ ଟେଷ୍ଟ କରାଯାଇପାରିବ ନାହିଁ ।
ଅନୁଗୁଳ ବାଳ ସୁଧାର ଗୃହରେ ଆଣି ନାବାଳକକୁ ହାଜର କରାଯାଇଥିଲା ନୟାଗଡ ପୋଲିସ । ଗତ ୫ ତାରିଖରେ ଅଭିଯୁକ୍ତର ନାର୍କୋ ଆନାଲିସସ ଟେଷ୍ଟ ପାଇଁ ଏସଆଇଟି ଆବେଦନ କରିଥିଲା । ତେବେ ନାର୍କୋ ଟେଷ୍ଟ ପାଇଁ ନାବାଳକ ରାଜି ନହେବାରୁ ଅନୁମତି ଦେଲେନି ନୟାଗଡ ଜୁଭେଇନାଲ ଜଷ୍ଟିସ ବୋର୍ଡ । ପରୀ ମୃତୁ୍ୟର ଅଭିଯୁକ୍ତକୁ ଏସଆଇଟି ପ୍ରଥମେ ନୟାଗଡ ପୋକ୍ସୋ କୋର୍ଟରେ ହାଜର କରାଯାଇଥିବା ବେଳେ ନାବାଳକ ଦର୍ଶାଇ ମାମଲା ଜୁଭେଇନାଲ ଜଷ୍ଟିସ ବୋର୍ଡକୁ ସ୍ଥାନାନ୍ତର କରାଯାଇଥିଲା । ଜୁଭେଇନାଲ କୋର୍ଟ ଗତ ୫ ତାରିଖରେ ଅଭିଯୁକ୍ତକୁ ଅନୁଗୁଳ ବାଳସୁଧାର ଗୃହକୁ ପଠାଇଥିଲେ ।
ସୂଚନା ଯୋଗ୍ୟ ଯେ, ଏସଆଇଟି ପାଇଁ ଏହା ହେଉଛି ଦ୍ୱିତୀୟ ଝଟକା । ପୂର୍ବରୁ ଅଭିଯୁକ୍ତକୁ ଏସଆଇଟି ସାଁ ବାଳକ ଦର୍ଶାଇଥିଲା ବେଳେ ଆବଶ୍ୟକ ପ୍ରମାଣ ପତ୍ର ପାଇବା ପରେ ପୋସ୍କୋ କୋର୍ଟ ଅଭିଯୁକ୍ତକୁ ନାବାଳକ ବୋଲି ଘୋଷଣା କରିଥିଲେ । ଅଭିଯୁକ୍ତକୁ ଜେଲ୍ରୁ ଅନୁଗୁଳ ସ୍ଥିତ ବାଳା ଆଶ୍ରମକୁ ପଠେଇ ଦିଆଯାଇଥିଲା । ଅନ୍ୟପକ୍ଷରେ ଏସଆଇଟି ଆଜି ଅଦାଲତରେ ନାଁବାଳକର ମୋବାଇଲ ଯାଞ୍ଚ ପାଇଁ ଆବେଦନ କରିଛି ।

Leave A Reply

Your email address will not be published.

9 − one =