ଅମଠପୁର ଉପନିର୍ବାଚନରେ ୮୧% ମତଦାନ

ବରୀ : ଯାଜପୁର ଜିଲ୍ଲା ବରୀ ବ୍ଲକ ଅର୍ନ୍ତଗତ ଅମଠପୁର ଗ୍ରାମପଂଚାୟତର ସରଂପଚ ପଦବୀ ପାଇଁ ଆଜି ଉପନିର୍ବାଚନ ଶେଷ ହୋଇଛି । ଏହି ଉପନିର୍ବାଚନ ପାଇଁ ଭୋଟ୍ ପ୍ରକି୍ରୟା ସକାଳ ୭ଟାରୁ ଆରମ୍ଭ ହୋଇ ଦିନ ୧୨ଟା ପର୍ଯ୍ୟନ୍ତ ଚାଲିଥିଲା । ନିର୍ବାଚନ ପାଇଁ ୧୫ଟି ବୁଥରେ ମତଦାନ କରାଯାଇଥିବାବେଳେ ୮୧ ପ୍ରତିଶତ ଭୋଟର ମତଦାନ ପ୍ରଦାନ କରିଥିଲେ । ଏହି ଭୋଟ ଗ୍ରହଣ ପକ୍ରିୟା ପୁଲିସ୍ ଉପସ୍ଥିତିରେ ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଥିବାର ନିର୍ବାଚନ ଅଧିକାରୀ ତଥା ବରୀ ବିଡ଼ିଓ ଶିବାନନ୍ଦ ସ୍ୱାଇଁ ସୂଚନା ଦେଇଛନ୍ତି । ମୋଟ ୩ ହଜାର ୬ ଶହ ୫୧ ଜଣ ଭୋଟରଙ୍କ ମଧ୍ୟରୁ ୨୯୬୬ ଜଣ ଭୋଟର ମତଦାନ କରିଥିôବା ବେଳେ ସେମାନଙ୍କ ମଧ୍ୟରୁ ପୁରୁଷ ଭୋଟର ୧୫୪୩ ଏବଂ ମହିଳା ୧୪୨୩ ଜଣ ଭୋଟ ଦାନ କରିଛନ୍ତି । ୧ନଂ ବୁଥରେ ସର୍ବାଧିକ ୯୦ ପ୍ରତିଶତ ଭୋଟର ମତଦାନ କରିଥିବାର ସୂଚନା ମିଳିଥିଲା । ଏହି ନିର୍ବାଚନରେ ମମତା ଦାସ ବିଜେଡି ସମର୍ଥôତ ପ୍ରାର୍ଥôନୀ ହୋଇଥିବାବେଳେ କବିତା ଦଳେଇ ବିଜେପି ଓ ଲିଜାରାଣି ମଲ୍ଲିକ କଂଗ୍ରେସ ସମର୍ଥôତ ପ୍ରାର୍ଥୀ ଭାବେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିଲେ । ଏହି ନିର୍ବାଚନରେ ଯାଜପୁର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ, ବିଡ଼ିଓ ଶିବାନନ୍ଦ ସ୍ୱାଇଁ, ଏବିଡିଓ ମହେଶ୍ୱର ସେଠୀ , ତହସିଲଦାର ସରୋଜ କାନ୍ତ ନାୟକ, ଅତିରିକ୍ତ ତହସିଲଦାର ଭାନୁମତୀ ମାଝି, ବରୀ ଥାନା ଅଧିକାରୀ ଅଜୟ କୁମାର ଜେନାଙ୍କ ସମେତ ବହୁ ପୋଲିସ୍ ସୁରକ୍ଷା ପାଇଁ ନିୟୋଜିତ ହୋଇଥିଲେ ।

Leave A Reply

Your email address will not be published.

eleven − six =