ଅମାନିଆଙ୍କ ଠାରୁ ୨୩ଲକ୍ଷ ଜୋରିମାନା ଆଦାୟ

ଭୁବନେଶ୍ୱର : କୋଭିଡ୍ ଗାଇଡଲାଇନ୍ ଉଲ୍ଳଂଘନ ଅଭିଯୋଗରେ ଓଡିଶା ପୁଲିସ ପକ୍ଷରୁ ଦିନକରେ ୨୩ ଲକ୍ଷ ୩୦ ହଜାର ୯ଶହ ଟଙ୍କା ଫାଇନ ଆଦାୟ ହୋଇଛି । ଗତକାଲି ସକାଳ ଠାରୁ ଆଜି ସକାଳ ମଧ୍ୟରେ ଅମାନିଆଙ୍କ ଠାରୁ ଏହି ଫାଇନ ଆଦାୟ କରାଯାଇଛି । ଏଥିସହ ୨୨ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୫୦୫ଟି ଗାଡି ଜବତ କରାଯାଇଛି । କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ ଅଭିଯୋଗରେ ୪ଟି ମାମଲା ରୁଜ୍ଜୁ ହୋଇଛି । କୋଭିଡ୍ ସଂକ୍ରମଣବେଳେ ଅବହେଳା କଲେ ବିପଦପୂର୍ଣ୍ଣ ହୋଇପାରେ । ଏଥିପାଇଁ ସମସ୍ତେ କୋଭିଡ୍ ଗାଇଡଲାଇନ ପାଳନ କରିବାକୁ ଓଡିଶା ପୁଲିସ ପକ୍ଷରୁ ଅପିଲ କରାଯାଇଛି । ଅନ୍ୟପଟେ ଲକଡାଉନରେ ଅମାନିଆଙ୍କୁ ସାବାଡ଼ ନେଇ ପୁଲିସ ଡିଜି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଏପ୍ରିଲ ପହିଲା ଠାରୁ ଏଯାଏ ୫ ଲକ୍ଷ ୩୦ ହଜାର ଅମାନିଆଙ୍କୁ ଧରାଗଲାଣି । ସେମାନଙ୍କ ଠାରୁ ମୋଟ ୧୬ କୋଟି ଟଙ୍କା ଜରିମାନା ଆଦାୟ କରାଯାଇଛି । କଟକଣା ଉଲ୍ଲଂଘନ କରିବା ନେଇ ୩୯୭୯ ଦୋକାନ ସିଲ୍ କରାଯାଇଛି । ଉଲ୍ଲଂଘନକାରୀ ଦୋକାନୀଙ୍କ ଠାରୁ ୪୭ ଲକ୍ଷ ଫାଇନ ଆଦାୟ ହୋଇଛି । ୧୪୮୬ ଅମାନିଆ ଗିରଫ ହୋଇଛନ୍ତି । ୩୧, ୭୫୮ ଗାଡ଼ି ଜବତ ହୋଇଛି । କୋଭିଡ଼ କଟକଣା ମାନିବାକୁ ଲୋକଙ୍କୁ ଅପିଲ କରିଛନ୍ତି ପୋଲିସ ଡିଜି ଅଭୟ ।

Leave A Reply

Your email address will not be published.

twelve − 7 =