ଅମାନିଆଙ୍କ ଠାରୁ ୫କୋଟି ଜୋରିମାନା ଆଦାୟ

୍‍ ଦେଢ ଲକ୍ଷ ଅମାନିଆଙ୍କୁ ଜୋରିମାନା
୍‍ ୪୧୮ଜଣ ଗିରଫ
୍‍ ୧୮ହଜାର ଗାଡି ଜବତ
୍‍ ୩୫୦ କୋଚିଂ ସେଂଟର, ଦୋକାନ ସିଲ୍
୍‍ ନିୟମ କଡାକଡି ପାଳନ ପାଇଁ ଡିଜିଙ୍କ ଅପିଲ

ଭୁବନେଶ୍ୱର: ମାକ୍ସ ନ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିନଥିବା ଦେଢ ଲକ୍ଷ ଅମାନିଆାଙ୍କ ଠାରୁ ପୋଲିସ୍ ଏପ୍ରିଲ୍ ମାସରେ ୫କୋଟି ୨୪ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରିଛି ବୋଲି ପୋଲିସ୍ ମହାନିର୍ଦେଶକ ଅଭୟ ପ୍ରକାଶ କରିଛନ୍ତି । ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ୍ ମହାନିର୍ଦେଶକ ଶ୍ରୀ ଅଭୟ କହିଛନ୍ତି ଯେ, ରାଜ୍ୟରେ ମହାମାରୀ କରୋନାର ଦ୍ୱିତୀୟ ଲହରୀରେ ସଂକ୍ରମଣ ଦିନକୁ ଦିନ ବଢୁଥିଲା ବେଳେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, କୋଭିଡ୍-୧୯ ନିୟମକୁ ପାଳନ କରିବା, ରାତ୍ରି କର୍ଫୁ୍ୟ ଓ ସଟ୍ଡାଉନ୍ ନିୟମକୁ ପାଳନ କରିବା ଲାଗି ତଦାରଖ ଦାୟିତ୍ୱ ରାଜ୍ୟସରକାର ପୋଲିସକୁ ଦେଇଛନ୍ତି । ନିୟମ ଭଙ୍ଗକାରୀ ଅମାନିଆଙ୍କ ପାଇଁ କଠୋର ଦଣ୍ଡ ବିଧାନ ବ୍ୟବସ୍ଥା ରହିଛି । ଚଳିତ ଏପ୍ରିଲ ମାସରେ ପୋଲିସ୍ ଅମାନିଆଙ୍କ ଠାରୁ ୫କୋଟି ୨୪ ଲକ୍ଷଟଙ୍କା ଜୋରିମାନା ଆଦାୟ କରିଥିଲା ବେଳେ ୧୮ ହଜାର ଗାଡି ଜବତ କରିଛି । କୋଭିଡ ନିୟମ ଉଲ୍ଳଘଂନ କରିଥିବା ଅଭିଯୋଗରେ ୪୧୮ଜଣଙ୍କୁ ଗିରଫ କରିଛି । ସେହିପରି କୋଭିଡ ନିୟମକୁ ପାଳନ କରିନଥିବାକୁ ୩୫୦ କୋଚିଂ ସେଂଟର, ଦୋକାନ ଓ ଅନୁଷ୍ଠାନକୁ ପୋଲିସ୍ ସିଲ୍ କରିଛି । ଏଥିରେ ପୋଲିସ୍ ଆଦୌଂ ଖୁସି ନୁହେଁ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ପୋଲିସ୍ର କାମ ହେଉଛି ଚୋର ଧରିବା, ଅପରାଧିଙ୍କୁ ଧରିବା । ଏବେ ବି ବହୁ ଅପରାଧି ଓ ୱାରେଂଟି ବାହାରେ ବୁଲୁଛନ୍ତି । ମାତ୍ର ରାଜ୍ୟବାସୀଙ୍କ ସୂରକ୍ଷା ଓ ଜୀବନ ପ୍ରତି ମହାମାରୀ କରୋନା ସବୁଠାରୁ ବଡ ଚ୍ୟାଲେଞ୍ଜ ସଦୃଶ ହୋଇଛି । କୋଭିଡ୍ ନିୟମ କଡାକଡି କରିବା ପାଇଁ ଆମକୁ କୁହାଯାଇଥିବାରୁ ସାରା ରାଜ୍ୟରେ ପୋଲିସ୍ ଏଥିପ୍ରତି ଗୁରୁତ୍ୱ ଦେଇଛି । ଅମାନିଆଙ୍କ ବିରୁଦ୍ଧରେ ପୋଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କିରବାକୁ ବାଧ୍ୟ ହୋଇଛି । ଏବେ ବି ହାଟ ବଜାରରରେ ଗହଳି ହେଉଛି । ତେବେ ସବୁଠାରେ ସାମାଜିକ ଦୂରତା ରକ୍ଷା କରିବା ସହ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ସର୍ବଦା ମାସ୍କ ପିନ୍ଧିବା, ୬ ଫୁଟ୍ ସାମାଜିକ ଦୂରତା ରକ୍ଷା କରିବା, ରାତ୍ରି କର୍ଫୁ୍ୟ ଏବଂ ସଟ୍ଡାଉନ୍କୁ କଡାକଡି ଭାବେ ପାଳନ କରିବା ପାଇଁ ପୋଲିସ୍ ମହାନିର୍ଦେଶକ ଶ୍ରୀ ଅଭୟ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି । ଏହି ନିୟମ ପାଳନ କଲେ କରୋନା ଲଢେଇରେ ରାଜ୍ୟ ନିଶ୍ଚୟ ବିଜୟ ହେବ ବୋଲି ଡିଜି ଦୃଢତାର ସହ କହିଛନ୍ତି । ସୂଚନାଯୋଗ୍ୟ ଯେ, ନିକଟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ କରୋନାର ଦ୍ୱିତୀୟ ଲହର ନେଇ ସମ୍ବୋଦ୍ଧିତ କରି ମାସ୍କ ପିନ୍ଧିବା ଲାଗି ସଙ୍କଳ୍ପ ନେବାକୁ ରାଜ୍ୟର ଜନସାଧାରଣଙ୍କୁ ନିବେଦନ କରିଥିଲେ । ସେହିପରି ମାସ୍କ ନପିନ୍ଧିଲେ ୨ଗୁଣା ଜୋରିମାନା ଆଦାୟ କରାଯିବ ବୋଲି ଘୋଷଣା କରିଥିଲେ । ଏଥିସହ କୋଭିଡ୍ -୧୯ ଗାଇଡ୍ ଲାଇନ୍କୁ କଡାକଡି ଭାବେ ପାଳନ ଯାଞ୍ଚ ଲାଗି ପୋଲିସକୁ ଦାୟିତ୍ୱ ଦେଇଥିଲେ ।

Leave A Reply

Your email address will not be published.

1 + 16 =