ଅମାନିଆ ମାନୁନାହାଁନ୍ତି ସଂକ୍ରମଣ ପ୍ରତିରୋଧ ନିୟମ

ଯାଜପୁର: ଦଶରଥପୁର ବ୍ଲକର ବିରଜାପୁର ପଂଚାୟତରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ସଂପୃକ୍ତ ଅଂଚଳବାସୀଙ୍କୁ ସଂକ୍ରମିତରୁ ରକ୍ଷା କରିବା ପାଇଁ ଆକ୍ରାନ୍ତ ଚିହ୍ନଟ ଅଂଚଳ ସମେତ ଆଖପାଖ କିଛି ଅଂଚଳକୁ ସଂକ୍ରମଣ ପ୍ରତିରୋଧ ଅଂଚଳ ଭାବେ ଘୋଷଣା କରାଯାଇଥିବା ବେଳେ ସଂପୃକ୍ତ ଅଂଚଳ ଗୁଡ଼ିକର ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ପଥକୁ ସିଲ କରାଯାଇଛି । ଏହି ସମୟ ମଧ୍ୟରେ ସଂପୃକ୍ତ ଅଂଚଳରେ ବସବାସ କରୁଥିବା ଜନସାଧାରଣ ଅନ୍ୟ ଅଂଚଳକୁ ଆସିବା ନିଷେଧ ହୋଇଥିବା ବେଳେ ଉକ୍ତ ସଂକ୍ରମଣ ପ୍ରତିରୋଧ ଅଂଚଳକୁ କୈାଣସି ବ୍ୟକ୍ତିଙ୍କୁ ପ୍ରବେଶ ପାଇଁ ଅନୁମତି ନାହିଁ । ଏହାକୁ ଅମାନ୍ୟ କରୁଥିବା ଯେ କୈାଣସି ବ୍ୟକ୍ତି ବିଶେଷଙ୍କ ପ୍ରତି କଡ଼ା କାର୍ଯ୍ୟାନୁÂାନ ନେବାକୁ ପ୍ରଶାସନ ନିଦେ୍ର୍ଧଶନାମା ଜାରି କରିଛି । କେବଳ ଉକ୍ତ ଅଂଚଳ ଦାୟିତ୍ୱରେ ଥିବା ବିଭିନ୍ନ ବିଭାଗୀୟ କର୍ମଚାରୀଙ୍କୁ ପ୍ରବେଶ ପାଇଁ ସ୍ୱତନ୍ତ୍ର ଅନୁମତି ପ୍ରଦାନ କରାଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ସଂପୃକ୍ତ ସଂକ୍ରମଣ ପ୍ରତିରୋଧ ଅଂଚଳରେ ବାସିନ୍ଦାଙ୍କୁ ଅତ୍ୟାବଶ୍ୟକ ସେବା ଯୋଗାଇ ଦିଆଯାଉଛି । ତେବେ ପରିତାପର ବିଷୟ ପ୍ରଶାସନ ଓ ପୁଲିସର ସମସ୍ତ ଉଦ୍ୟମ ସତ୍ୱେ କିଛି ଅମାନିଆ ସଂକ୍ରମଣ ପ୍ରତିରୋଧ ଅଂଚଳରୁ ଲୁଚି ଛପି ପଦାକୁ ଆସି ବ୍ୟାପକ ଭାବେ ବିଭିନ୍ନ ଅଂଚଳରେ ଘୁରି ବୁଲୁଛନ୍ତି । ଯାହାକୁ ନେଇ ଆଖ ପାଖ ଅଂଚଳରେ ଆତଙ୍କର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.

18 + nineteen =