ଅମାନିଆ ସାବାଡ: ଭିଡ଼ କମୁଛି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଓ ଡିଜିପିଙ୍କ ନିର୍ଦ୍ଦେଶ ପରେ କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ବେଶ୍ ତତ୍ପରତା ଦେଖାଇଛି କମିଶନରେଟ ପୋଲସି । କଟକ, ଭୁବନେଶ୍ୱର ଦ୍ୱୈତନଗରୀରେ ଯାଂଚ ଓ ଚଢ଼ାଉକୁ ଜୋରଦାର କରାଯାଇଥିବାବେଳେ ଉଲ୍ଲଂଘନକାରୀଙ୍କ ଉପରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି । ଲକ୍ଡାଉନ୍ ଓ ଶଟ୍ଡାଉନ୍ ଉଠିବା ସହ କଟକଣା କୋହଳ ହେବା ପରେ ଭୁବନେଶ୍ୱରବାସୀ ଆଉ କାହକୁ ମାନି ନ ଥିଲେ । ସରକାରଙ୍କ ଗାଇଡ୍ଲାଇନ୍କୁ ଭୁଲିହାଟ, ବଜାରଠୁ ଆରମ୍ଭ କରି ଛକରେ ଭିଡ଼ ଜମାଇଥିଲେ । ଫଳରେ ସହରରେ ସଂକ୍ରମଣ ହୁହୁ ହୋଇ ବଢ଼ିଥିଲା । ଏବେ ପୋଲିସ କଠୋର ଆଭିମୁଖ୍ୟ ଦେଖି ଏବେ ସେସବୁ ସତେଯେମିତି ଭିଡ଼ ହାଠାତ୍ ଉଭାନ ହୋଇଯାଇଛି । ଗୁରୁବାର ଓ ଶୁକ୍ରବାର ପୋଲିସ ଚଢ଼ାଉ ହେବା ପରେ ଶନିବାର ହାଟ ଓ ବଜାରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ମିଳିଥିବା ସୂଚନାନୁସାରେ, କଟକ ଭଳି ଭୁବନେଶ୍ୱରରେ ମଧ୍ୟ ଗୁରୁବାର ପୋଲିସ ଟିମ୍ ବିଭିନ୍ନ ଭାଗରେ ବିଭକ୍ତ ହୋଇ ବହୁ ସ୍ଥାନରେ ଚଢ଼ାଉ କରିଥିଲେ । ବିଶେଷକରି ହାଟ ଓ ମଲ୍ ନିକଟ ଓ ଛକରେ ଯାଂଚକୁ ତ୍ୱରାନ୍ୱିତ କରାଯାଇଥିଲା । କୋଭିଡ ଗାଇଡ୍ଲାଇନ୍ ଉଲ୍ଲଂଘନ କରିଥିଲା । କୋଭିଡ ଗାଇଡ୍ଲାଇନ୍ ଉଲ୍ଲଂଘନ କରିଥିବା ମୋଟ ୨୭୨୯ ଅମାନିଆଙ୍କଠାରୁ ଜରିମାନା ଆଦାୟ କରାଯାଇଥିବାବେଳେ ୨୨ ଦୋକାନକୁ ସିଲ୍ କରାଯାଇଥିଲା । ଖଣ୍ଡଗିରି ଥାନା ଅନ୍ତର୍ଗତ ବରମୁଣ୍ଡାସ୍ଥିତ ଏକ ଇଲେକ୍ଟେ୍ରାନିକ୍ସ ଶୋ’ରୁମ୍ ପରିସରରେ ସାମାଜିକ ଦୂରତା ସହ କୋଭିଡ ଗାଇଡ୍ଲାଇନ ଉଲ୍ଲଂଘନ ହୋଇଥିବା ଦେଖିବା ପରେ ଏନ୍ଫୋର୍ସମେଂଟ ସ୍କ୍ୱାଡ୍ ସିଲ୍ କରିଦେଇଛି । ସେହିଭଳି ରସୁଲଗଡ଼ ହାଟ ଓ ଅନ୍ୟ କେତେକ ସ୍ଥାନରେ ମଧ୍ୟ ଚଢ଼ାଉ ହୋଇଛି । ସନ୍ଧ୍ୟାରେ ଖାରବେଳନଗର ଥାନା ଅନ୍ତର୍ଗତ ବିଗବଜାର ଛକ ଅଂଚଳରେ ତଦାରଖ କରୁଥିବା ଡିସିପି (ସିକୁ୍ୟରିଟି) ନିର୍ମଳ ଶତପଥୀ କହିଛନ୍ତ, ପଦକ୍ଷେପ ଯୋଗୁ ବିଗତ ୩ ଦିନ ଭିତରେ ଜନସାଧାରଣଙ୍କ ମଧ୍ୟରେ ଅନେକ ସଚେତନା ସୃଷ୍ଟି ହୋଇଛି । ପ୍ରଥମଦିନ ତୁଳନାରେ ଧୀରେ ଧୀରେ ଅମାନିଆଙ୍କ ସଂଖ୍ୟା କମିବା ସହ ଭିଡ଼ ମଧ୍ୟ ହେଉନି । ପରିବାର ତଥା ସମାଜର ହିତ ପାଇଁ ଲୋକେ ଆହୁରି ସଚେତନ ହେବାର ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

thirteen − 10 =