ଅସୁରକ୍ଷିତ ଯାତ୍ରୀ ବିଶ୍ରାମଗାର ମରାମତି ଦାବି

ଯାଜପୁର: ଦଶରଥପୁର ବ୍ଲକ୍ ଅନ୍ତର୍ଗତ କନିକାପଡ଼ା ଛକସି୍ଥତ ୨୦ ନମ୍ବର ଜାତୀୟ ରାଜପଥ ପାଶ୍ୱର୍ରେ ରହିଛି ଏକ ଅସୁରକ୍ଷିତ ଯାତ୍ରୀ ବିଶ୍ରାମଗାର । ଏହି ରାଜପଥ ଦେଇ ଯାତାୟତ କରୁଥିବା ବିଭିନ୍ନ ଯାନବାହାନରେ ଯିବାକୁ ସ୍ଥାନୀୟ କନିକାପଡ଼ା, ବଉଳାଙ୍ଗ, ଶ୍ରୀରାମପୁର, ଦିହୁଡ଼ି ସାହି, ବାସିନ୍ଦାଙ୍କ ସମେତ ନିକଟସ୍ଥ ଅଗ୍ରଣୀ ଶିକ୍ଷାନୁଷ୍ଠାନ ସାଧୁଗୈାରେଶ୍ୱର ମହାବିଦ୍ୟାଳୟ ଶିକ୍ଷା ଗ୍ରହଣ କରୁଥିବା ଶତାଧିକ ଛାତ୍ରଛାତ୍ରୀ ପ୍ରତ୍ୟେକ ଦିନ ନିଜ ନିଜର ଗନ୍ତବ୍ୟ ସ୍ଥାନକୁ ଯାଆସ ନିମନ୍ତେ ନିର୍ଭର କରିଥାଆନ୍ତି । ଦୀର୍ଘ ବର୍ଷ ତଳେ ନିର୍ମାଣ ହୋଇଥିବା ଉକ୍ତ ଯାତ୍ରୀ ବିଶ୍ରାମଗାରଟିକୁ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି । ଏହି ଯାତ୍ରୀ ବିଶ୍ରାମଗାର ଛାତକୁ ଟେକି ଧରିଥିବା ଖମ୍ବ ଗଡ଼ିକ ଫାଟି ନଷ୍ଟ ହୋଇଯିବା ସହ ଛାତରୁ ପାଣି ଗଳୁଛି । କାନ୍ଥର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଛି । ଯାତ୍ରୀ ମାନଙ୍କ ବସିବା ପାଇଁ ଉଦ୍ଧିଷ୍ଟ ସ୍ଥାନରୁ ସିମେଂଟଣ୍ଟ ପ୍ଲାଷ୍ଟର ଖଣ୍ଡ ଖଣ୍ଡ ହୋଇ ବାହାରି ଯାଇଥିବା ବେଳେ ପ୍ରତି ମୂହୁର୍ତରେ ଏହି ଯାତ୍ରୀ ବିଶ୍ରାମଗାରର ବିପଦ ସଂକୁଳ ଅବସ୍ଥା ଏକ ପ୍ରକାର ନିଶ୍ଚିତ ବିପଦକୁ ଆମନ୍ତ୍ରଣ କରୁଛି । ସେହିପରି ଚାରିପଟେ ଅନାବନା ଗଛରେ ସୃଷ୍ଟି ଜଙ୍ଗଲ ଯୋଗୁ ବିଷଧର ସରିସୃପ ଦିନ ରାତି ବସା ବାନ୍ଧିଛନ୍ତି । ଅନ୍ୟ କୈାଣସି ବ୍ୟବସ୍ଥା ନଥିବା ହେତୁ ଏଠାରୁ ବିଭିନ୍ନ ସ୍ଥାନକୁ ଯିବା ପାଇଁ ଅପେକ୍ଷା ରତ ଯାତ୍ରୀ ଖରା ଓ ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ଏହି ବିପଦସଂକୁଳ ବିଶ୍ରମାଗାରରେ ବିଶ୍ରାମ ନେବାକୁ ବାଧ୍ୟ ହେଉଛନ୍ତି । ଏହାର ମରାମତି ପାଇଁ ସ୍ଥାନୀୟ ଅଧିବାସୀ ଓ ସାଧୁଗୈାରେଶ୍ୱର ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ତରଫରୁ ବିଭିନ୍ନ ଫୋରମରେ ବାରମ୍ବାର ଆପତି ଅଭିଯୋଗ କରିବା ସତ୍ୱେ ଉକ୍ତ ଅସୁରକ୍ଷିତ ଯାତ୍ରୀ ବିଶ୍ରାମାଗାରଟିକୁ ନୂତନ ଭାବେ ନିର୍ମାଣ କିମ୍ବା ମରାମତି କରାଯାଉନାହିଁ । ଅବିଳମ୍ବେ ଯାତ୍ରୀମାନଙ୍କ ହିତ ଦୃଷ୍ଟିରୁ ବିଶ୍ରାମଗାରଟିକୁ ତୁରନ୍ତ ମରାମତି କରିବାକୁ ସାଧାରଣରେ ଦାବି ହୋଇଛି ।

Leave A Reply

Your email address will not be published.

nine − seven =