ଭୁବନେଶ୍ୱର: ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି(ଫିସି) ପକ୍ଷରୁ ଉଚ୍ଚଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ଶିକ୍ଷାନୁଷ୍ଠାନଗୁଡ଼ିକୁ ସମ୍ମାନିତ କରିବା ପାଇଁ ଆୟୋଜିତ ଏକ ଉତ୍ସବରେ ଆଇଆଇଟି ଭୁବନେଶ୍ୱର ୟୁନିଭସିର୍ଟି ଅଫ୍ ଦି ଇୟର୍ ସମ୍ମାନ ପ୍ରଦାନ କରାଯାଇଛି । ୧୧ ବର୍ଷରୁ ୩୦ ବର୍ଷ ମଧ୍ୟରେ ପ୍ରତିଷ୍ଠା ହୋଇଥିବା ବିଶ୍ୱବିଦ୍ୟାଳୟ କ୍ଷେତ୍ରରେ ଏହି ସମ୍ମାନ ମିଳିଛି । ୧୧ଟି ବର୍ଗରେ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ଆଇଆଇଟି ଭୁବନେଶ୍ୱରକୁ ଏହି ସମ୍ମାନ ମିଳିଛି । ଆଇଆଇଟି ଭୁବନେଶ୍ୱରକୁ ଏହି ସମ୍ମାନ ମିଳିବା ପରେ ଅନୁଷ୍ଠାନର ନିଦେ୍ର୍ଧଶ ପ୍ରଫେସର ଆର୍.ଭି ରାଜକୁମାର କହିଛନ୍ତି ଯେ, ଛାତ୍ରାଛାତ୍ରୀଙ୍କୁ ସାମଗ୍ରିକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଆମେ ସର୍ବଦା ଗୁରୁତ୍ୱ ଦେଇଥାଉ । କରୋନା ମହାମାରୀ ସମୟରେ ସାରା ବିଶ୍ୱ ଠପ୍ ହୋଇଯାଇଥିବା ବେଳେ ଆଇଆଇଟି-ଭୁବନେଶ୍ୱରର ପାଠପଢ଼ା ପ୍ରଭାବିତ ହୋଇନଥିଲା । ଏପରିକି ଅନଲାଇନ୍ରେ ପରୀକ୍ଷା ପରିଚାଳନା କରିବା ସହିତ ନିରୀକ୍ଷକଙ୍କୁ ବି ନିୟୋଜିତ କରାଯାଇଥିଲା । ଅନଲାଇନ୍ ପ୍ରାକ୍ଟିକାଲ କ୍ଲାସରୁ ଆରମ୍ଭ କରି ସମାବର୍ତନ ଉସôବ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ହୋଇଥିଲା । ସେପ୍ଟେମ୍ବର ମାସରେ ମାତ୍ର ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ହେଁ ବର୍ଷତମାମ୍ କରୋନା ଜନିତ ପ୍ରଭାବ କ୍ୟାମ୍ପସରେ ପଡିନଥିଲା । ଛାତ୍ରଛାତ୍ରୀ, ଅଧ୍ୟାପକ, କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଆଇଆଇଟି-ଭୁବନେଶ୍ୱରକୁ ଆଜି ଏ ସଫଳତା ମିଳିଛି ।