ଆଇଆରଡିଇ ନିର୍ଦେଶକ ହେଲେ ବିନୟ ଦାସ


ବାଲେଶ୍ୱର: ଡିଆରଡିଓ ଅଧୀନ ଆଇଆରଡିଇ (ଇନଷ୍ଟ୍ରୁମେଂଟ ରିସର୍ଚ୍ଚ ଆଣ୍ଡ ଡେଭେଲପମେଂଟ ଏଷ୍ଟାବ୍ଲି ସମେଂଟ) ର ନିର୍ଦେଶକ ହେଲେ ବରିଷ୍ଠ ବୈଜ୍ଞାନିକ ଡକ୍ତର ବିନୟ କୁମାର ଦାସ । ଡେରାଡୁନ୍ସ୍ଥିତ ପ୍ରତିରକ୍ଷା ମନ୍ତ୍ରାଳୟରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନର ନିର୍ଦେଶକ ଭାବେ ଡକ୍ଟର ଦାସ ହେଉଛନ୍ତି ପ୍ରଥମ ଓଡ଼ିଆ । ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ସ୍ଥିତ ଆଇଟିଆରରେ ଡକ୍ଟର ଦାସଙ୍କ ଚାକିରି ଜୀବନ ଆରମ୍ଭ ହୋଇଥିଲା । ବୈଜ୍ଞାନିକ ଭାବେ ଏଠାରେ ଦୀର୍ଘ ୩୩ ବର୍ଷର ରହଣି ଭିତରେ ଆଇଟିଆରର ଯୁଗ୍ମ ନିର୍ଦେଶକ, ସହକାରୀ ନିର୍ଦେଶକ ଦାୟିତ୍ୱ ତୁଲାଇବା ପରେ ଗତ ସାଢେ଼ ୪ ବର୍ଷ ହେଲା ନିର୍ଦେଶକ ଦାୟିତ୍ୱରେ ଥିଲେ । ତେବେ ଗତକାଲି ଏକ ଜରୁରୀକାଳୀନ ଭିତିରେ ତାଙ୍କୁ ଏଠାରୁ ବଦଳି କରାଯାଇ ତୁରନ୍ତ ଆଇଆଇଡିଇର ନିର୍ଦେଶକ ଭାବେ ଯୋଗ ଦେବାକୁ ସେଠାରେ ଆରଆରଡିଇରେ ନିଜ ପଦଭାର ଗ୍ରହଣ କରିଛନ୍ତି । ତେବେ ପିଏକ୍ସଇର ନିର୍ଦେଶକ ଡି କେ ଯୋଶୀଙ୍କୁ ଆଇଟିଆରରେ ଭାରପ୍ରାପ୍ତ ନିର୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି । ଏଥିସହ କେବଳ ଜଣେ ବୈଜ୍ଞାନିକ ଭାବେରେ ନୁହେଁ, ବାଲେଶ୍ୱରରେ ତାଙ୍କର ରହଣି ମଧ୍ୟରେ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେର ନିଜେ ପ୍ରତ୍ୟକ ଭାବେ ଜଡ଼ିତ ରହୁଥିଲେ । ଜିଲ୍ଳାର ବିଭିନ୍ନ ପ୍ରକାର ବିକାଶମୂଳକ କାମରେ ନିଜେ ଏବଂ ଆଇଟିଆର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସାମିଲ କରାଇ ଡକ୍ଟର ଦାସ ଜଣେ ନିଆରା ବ୍ୟକ୍ତିତ୍ୱ ଭାବେ ପରିଚିତ ହୋଇଥିଲେ । ଡକ୍ଟର ଦାସଙ୍କ ପୈତୃକ ଘର ଯାଜପୁରରେ ହୋଇଥିବା ବେଳେ ପୁରୀ ଟାଉନ୍ରେ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ସ୍କୁଲ ଓ କଲେଜ ଜୀବନ ପୁରୀରେ କଟିଥିଲା ।

Leave A Reply

Your email address will not be published.

fifteen − 8 =